ଅଯୋଧ୍ୟା, (ବାଘୁଆବାର୍ତ୍ତା): ଉତ୍ତର ପ୍ରଦେଶର ଅଯୋଧ୍ୟାରେ ଏକ ଚାଞ୍ଚଲ୍ୟକର ହତ୍ୟା ଘଟଣା ସାମନାକୁ ଆସିଛି । ଶିକ୍ଷୟିତ୍ରୀଙ୍କୁ ହତ୍ୟା କରି ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ଗିରଫ ହୋଇଛି । ଉତ୍ତର ପ୍ରଦେଶ ପୋଲିସ ଅଭିଯୁକ୍ତକୁ ଗିରଫ କରିଛି। ପୋଲିସ ସୂଚନା ଅନୁସାରେ, ଗିରଫ ଅଭିଯୁକ୍ତ ଛାତ୍ର ଏବଂ ମୃତ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା। ଅଯୋଧ୍ୟାର ଜିଆଇଜି ଏପି ସିଂ କହିଛନ୍ତି, ନିଜ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିବା ଘଟଣାରେ ପୋଲିସ ଦ୍ୱାଦଶ ଶ୍ରେଣୀର ଛାତ୍ରକୁ ଗିରଫ କରାଯାଇଛି। ସିସିଟିଭି ଫୁଟେଜ୍ ଏବଂ ହତ୍ୟାରେ ବ୍ୟବହୃତ ଟି-ସାର୍ଟ ଆଧାରରେ ହତ୍ୟାକାରୀକୁ ଚିହ୍ନଟ କରାଯାଇଛି। ଅଧିକାରୀଙ୍କ ସୂଚନା ଅନୁସାରେ,’ଗିରଫ ଛାତ୍ର ଏବଂ ମୃତ ଶିକ୍ଷୟିତ୍ରୀଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିଲା । ତେବେ ପଦା ପଡିଯିବା ଭୟରେ ଛାତ୍ର ଜଣଙ୍କ ଏହି ସମ୍ପର୍କରୁ ବାହାରିବାକୁ ଚାହୁଁଥିଲା। ତେବେ ଶିକ୍ଷୟିତ୍ରୀ ଜଣଙ୍କ ଛାତ୍ରଙ୍କ ବିରୁଦ୍ଧରେ ଆପମାନଜନକ ଟିପ୍ପଣୀ କରିବା ସହ ତାଙ୍କୁ ଧମକ ଦେଉଥିଲେ । ଏହି କାରଣରୁ ଛାତ୍ର ଜଣକ ଶିକ୍ଷୟିତ୍ରୀଙ୍କୁ ହତ୍ୟା କରିଛି’। ତେବେ ପୋଲିସ ମାମଲାରେ ଅଧିକ ତଦନ୍ତ କରୁଛି।





