Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଆଠଗଡ଼ ବନ ବିଭାଗ ଦ୍ୱାରା କୁଖ୍ୟାତ ହାତୀ ଶୀକାରି ଗିରଫ

by ସଞ୍ଜୟ ସ୍ୱାଇଁ
July 4, 2022
in Crime, State
ଆଠଗଡ଼ ବନ ବିଭାଗ ଦ୍ୱାରା କୁଖ୍ୟାତ ହାତୀ ଶୀକାରି ଗିରଫ
97
VIEWS
Share on FacebookShare on Twitter

ଆଠଗଡ଼, (ବାଘୁଆବାର୍ତ୍ତା): ଆଠଗଡ଼ ବନଖଣ୍ଡରେ ବନବିଭାଗ ଆଉ ଜଣେ କୁଖ୍ୟାତ ହାତୀ ଶିକାରୀକୁ ରିରଫ କରିଛି। କଟକ ସହରର ତୁଳସୀପୁର ଦେଉଳସାହିରୁ ଶୀକାରିଟି ଧରାପଡ଼ିଛି। ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବଙ୍କ ନିର୍ଦ୍ଦେଶରେ ଗତ ୨ଦିନ ହେବ ବନ ବିଭାଗର ଏକ ସ୍ୱତନ୍ତ୍ର ସ୍କାର୍ଡ ସେହି କୁଖ୍ୟାତ ହାତୀ ଶିକାରୀକୁ ଧରିବା ପାଇଁ ଜାଲ ବିଛାଇଥିଲେ। ମୋବାଇଲ ଫୋନ୍‌ ଟ୍ରାକିଂରୁ ସେ କଟକ ସହରରେ ଥିବା ଜଣା ପଡ଼ିଥିଲା। ପରେ ବନ ବିଭାଗର ସ୍ୱତନ୍ତ୍ର ସ୍କାର୍ଡ ସେହି ଶୀକାରିକୁ ଗିରଫ କରି ଅଦାଲତ ଚାଲାଣ କରିଛି। କାନପୁର ଥାନା ଅନ୍ତର୍ଗତ ଜେମାଦେଇପୁର ଗାଁର ଧର୍ମରାଜ ନାୟକ ନାମକ ସଂପୃକ୍ତ ଶିକାରୀ ପୂର୍ବରୁ ବହୁ ହାତୀ ଓ ଅନ୍ୟ ବନ୍ୟଜନ୍ତୁ ଶିକାର କରିଥିବା ବେଳେ ଗତ ଜୁନ୍ ୧୪ ବଡମ୍ବା ବନାଞ୍ଚଳ ପାଖରେ ଉଦ୍ଧାର ହୋଇଥିବା ହାତୀ କଙ୍କାଳ ମିଳିବା ଘଟଣାରେ ହାତୀ ଶିକାରୀ ଧର୍ମରାଜ ସଂପୃକ୍ତ ଥିବା ଆଠଗଡ଼ ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପିନାଥ ଯାଦବ କହିଛନ୍ତି। ତେବେ ବଡ଼ମ୍ବା ବନାଞ୍ଚଳରେ ଜୁନ ୨ରୁ ଏବେସୁଦ୍ଧା ୪ଟି ହାତୀ କଙ୍କାଳ ମିଳିବା ଓ ନରସିଂହପୁର ପୂର୍ବ ବନାଞ୍ଚଳରେ ଏକ ଦନ୍ତାହାତୀ ଶିକାରୀ ଗୁଳିରେ ମରିବା ଘଟଣା ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିବା ବେଳେ ବନବିଭାଗର ନିଦ ହଜାଇ ଦେଇଛି। ଏସବୁ ଘଟଣାରେ ଏବେ ସୁଦ୍ଧା ଶିକାରୀ ଓ ବନବିଭାଗ କର୍ମଚାରୀଙ୍କୁ ମିଶାଇ ମୋଟ ୧୩ଜଣଙ୍କୁ ଗିରଫ କରାଯାଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!