ଜଳେଶ୍ବର, (ବାଘୁଆବାର୍ତ୍ତା): ବାଲେଶ୍ବର ଜିଲା ଜଳେଶ୍ବର ବ୍ଲକ ରାଜପୁର ବସ୍ତି ଅଂଚଳରେ ପୋଲିସ ଚଢାଉ କରି ୨୬୦ ଗ୍ରାମ ବ୍ରାଉନସୁଗାର ଜବତ କରିଛି। ଏଥିସହ ୩ ଜଣଙ୍କୁ ଗିରଫ କରିଛି। ଗିରଫଙ୍କ ମଧ୍ୟରେ ଜଣେ ମହିଳା ଅଛନ୍ତି। ଜଳେଶ୍ୱର ପୋଲିସ କୌଣସି ସୂତ୍ରରୁ ଖବର ପାଇ ଶନିବାର ବିଳମ୍ବିତ ରାତିରେ ରାଜପୁର ବସ୍ତି ଅଂଚଳରେ ଥିବା ତାଇରୁଦିନ ଘରେ ଚଢ଼ାଉ କରିଥିଲା । ଚଢ଼ାଉ ସମୟରେ ୨୬୦ଗ୍ରାମ ବ୍ରାଉନ ସୁଗାର ଜବତ କରିଥିଲା। ଏଥିସହ କିଙ୍ଗପିନ୍ ବୋଲାଉ ଥିବା ତାଇରୁଦିନ ତାଙ୍କ ସହଯୋଗୀ ଭାଇ ସଫିରୁଦିନ ଏବଂ ସଫିରୁଦିନଙ୍କ ସ୍ତ୍ରୀକୁ ଗିରଫ କରିଛି। ଜବତ ବ୍ରାଉନ ସୁଗାରର ଆନୁମାନିକ ବଜାରର ମୂଲ୍ୟ ୨୬ଲକ୍ଷ ଟଙ୍କା ହେବ ।





