ଭଦ୍ରକ, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ରେ କିନ୍ନର ଦୁଇ ଗୋଷ୍ଠୀ ଙ୍କ ମଧ୍ୟରେ ଗଣ୍ଡଗୋଳ ରେ ୫ ଆହତ ହୋଇଛନ୍ତି ସୂଚନା ଅନୁଯାୟୀ କୌଣସି କାରଣ କୁ ନେଇ ଗୋଟିଏ ଗୋଷ୍ଠି ର କିନ୍ନର ମାନେ ଅନ୍ୟ କେତେକ କିନ୍ନର ଙ୍କୁ ଆକ୍ରମଣ କରିଥିଲେ । ପରେ ପୁଣି ଅପହରଣ ନେଇ ଗୋଟେ ପକ୍ଷ ଭଦ୍ରକ ଟାଉନ ଥାନା ରେ ଏତଲା ଦେଇଥିଲେ ଓ ପୋଲିସ ୪ ଜଣ କିନ୍ନର ଙ୍କୁ ଥାନା ରେ ଅଟକ ରଖିଥିଲା । କିନ୍ତୁ ଅନ୍ୟ ଗୋଷ୍ଠି ର ଶତାଧିକ କିନ୍ନର ଚରମ୍ପା ଅଞ୍ଚଳ ର ଏକ ହୋଟେଲ ରେ ରହୁଥିବା ନେଇ ସୂଚନା ଥିଲା ଚରମ୍ପା ରେ ରହୁଥିବା ଏକ ହୋଟେଲ କୁ ଯାଇ ଆକ୍ରମଣ କରିବା ସହ ବ୍ୟାପକ ଭଙ୍ଗାରୁଜା ଖବର ଦେଖିବାକୁ ମିଳିଛି । ଏମିତି କି ଆକ୍ରମଣ ଓ ପ୍ରତି ଆକ୍ରମଣ ରେ ଉଭୟ ଗୋଷ୍ଠୀ ର ୫ ଜଣ ଗୁରୁତର ହୋଇ ଭଦ୍ରକ ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ତେବେ ଭଦ୍ରକ ପୋଲିସ ପକ୍ଷରୁ ଜୋରଦାର ପେଟ୍ରୋଲିଂ ଆରମ୍ଭ କରିଛି ।





