Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସାମାନ୍ୟ ଶାଢ଼ି ଦିଆନିଆକୁ କେନ୍ଦ୍ରକରି ବିବାହର ନବମ ଦିନରେ ନବବଧୂଙ୍କୁ ହତ୍ୟା

by ସଞ୍ଜୟ ସ୍ୱାଇଁ
July 2, 2022
in Crime, State
ସାମାନ୍ୟ ଶାଢ଼ି ଦିଆନିଆକୁ କେନ୍ଦ୍ରକରି ବିବାହର ନବମ ଦିନରେ ନବବଧୂଙ୍କୁ ହତ୍ୟା
80
VIEWS
Share on FacebookShare on Twitter

ଚାରିଛକ, (ବାଘୁଆବାର୍ତ୍ତା): ନୂଆ ସଂସାର ଗଢ଼ିବାକୁ ସ୍ୱପ୍ନ ଦେଖୁଥିବା ଜଣେ ନବବଧୂ ବିବାହର ନବମ ଦିନରେ ଆଖି ବୁଜିଛନ୍ତି । ସାମାନ୍ୟ ଶାଢ଼ି ଦିଆନିଆକୁ କେନ୍ଦ୍ରକରି ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧଜିଲ୍ଲା ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡି ସାହିରେ । ଶାଶୂଘର ଲୋକ ନବବଧୂକୁ ହତ୍ୟା କରିଥିବା ଅଭିଯୋଗ କରିବା ପରେ ହରଭଙ୍ଗା ପୁଲିସ ଘଟଣାର ତଦନ୍ତପୂର୍ବକ ଅଭିଯୁକ୍ତ ସ୍ୱାମୀ-ଶାଶୂକୁ ଗିରଫ କରି କୋର୍ଟଚାଲାଣ କରିଛି । ପୁଲିସ ସୂତ୍ରରୁ ପ୍ରକାଶ, ଗତ ଜୁନ୍‌ ୨୧ରେ ହରଭଙ୍ଗା ଥାନା ଅନ୍ତର୍ଗତ ଗେରେଡିସାହିର ସୁମନ୍ତ ସାହୁଙ୍କ ପୁଅ ପ୍ରଭାତ କନ୍ଧମାଳ ଜିଲ୍ଲା ବଲସକୁମ୍ପା ବଢେଇଗୁଡା ଗ୍ରାମର ପ୍ରଶାନ୍ତ ସାହୁଙ୍କ ଝିଅ ମଧୁସ୍ମିତା(୧୯)କୁ ବିବାହ କରିଥିଲେ । ବିବାହ ପରେ ଶାଢୀ ଦେବା ନେବା କଥାକୁ କେନ୍ଦ୍ରକରି ଶାଶୂ ସୁବାସିନୀ ବୋହୂ ମଧୁସ୍ମିତାକୁ ନିର୍ୟାତନା ଦେଉଥିଲେ । ଗତ ୨୯ତାରିଖ ଏହି କଥାକୁ କେନ୍ଦ୍ରକରି ମଧୁସ୍ମିତା ସହ ଝଗଡା କରିଥିଲେ । ସେହିଦିନ ଶାଶୂଘର ଲୋକେ ମିଶି ମଧୁସ୍ମିତାକୁ ମାରିଥିବା ତାଙ୍କ ବାପା ପ୍ରଶାନ୍ତ ସାହୁ ହରଭଙ୍ଗା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତିକରି ହରଭଙ୍ଗା ପୁଲିସ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ଘଟଣାରେ ଅଭିଯୁକ୍ତ ସ୍ୱାମୀ ପ୍ରଭାତ ସାହୁ ଏବଂ ଶାଶୂ ସୁବାସିନୀ ସାହୁଙ୍କୁ ଗିରଫ କରି ଆଜି କୋର୍ଟଚାଲାଣ କରିଥିବା ପୁଲିସ କହିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!