Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପ୍ରେମ ବିବାହ କରି ଘର ଭଡ଼ା ନେଇ ରଖିବା ସହ ପ୍ରେମିକାଙ୍କୁ ଧୋକା

by ସଞ୍ଜୟ ସ୍ୱାଇଁ
July 1, 2022
in Crime, State
ପ୍ରେମ ବିବାହ କରି ଘର ଭଡ଼ା ନେଇ ରଖିବା ସହ ପ୍ରେମିକାଙ୍କୁ ଧୋକା
132
VIEWS
Share on FacebookShare on Twitter

ଦେବଗଡ, (ବାଘୁଆବାର୍ତ୍ତା): ପ୍ରେମବିବାହ କରି ସ୍ତ୍ରୀ ଭାବେ ଭୁବନେଶ୍ୱର ଠାରେ ଘର ଭଡ଼ା ନେଇ ରଖିବା ସହ ପ୍ରେମିକାଙ୍କୁ ଧୋକା ଦେବା ଜଣେ ଯୁବକଙ୍କୁ ମହଙ୍ଗା ପଡିଛି । ଏପରିକି ଛଳନା କରି ଗର୍ଭପାତ କରାଇବା ପରେ ଯୁବକ ଜଣକ ବ୍ୟବସାୟ କରିବାକୁ କହି ୩ ଲକ୍ଷରୁ ଅଧିରୁ ଟଙ୍କା, ସୁନାଗହଣା ଓ ସ୍କୁଟି ସହ ଫେରାର୍‌ ମାରିଥିବା ଯୁବତୀ ଜଣକ ଅଭିଯୋଗ କରିଛନ୍ତି । ସମ୍ପୃକ୍ତ ଯୁବତୀ ଗତ ୨୮ ତାରିଖରୁ ଦେବଗଡ ଥାନା ପହଞ୍ଚି ଏତଲା ଦେଇଥିବା ବେଳେ ପୁଲିସର ବିଳମ୍ବିତ ପଦକ୍ଷେପ ଦେଖି ମଡେଲ ଥାନାରେ ପାଟିତୁଣ୍ଡ କରିଛନ୍ତି । ବିଭିନ୍ନ ଗଣମାଧ୍ୟମ ପ୍ରତିନିଧି ଥାନାରେ ରୁଣ୍ଡ ହେବା ଦେଖି ପୁଲିସ ସମ୍ପୃକ୍ତ ଯୁବକ ଦେବଗଡ ପୌରାଞ୍ଚଳ ନୀଳବେର୍ଣ୍ଣି ସାହିର ଅମିତ୍‌ ରଣଜିତ୍‌ ବିରୋଧରେ ମାମଲା ରୁଜୁ କରିଛି । ଯୁବତୀ ଜଣକ ଗତ ୨୩ ତାରିଖରୁ ଅମିତଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କୁ ସମସ୍ତ ଘଟଣା କହିଥିବା ବେଳେ ସେମାନେ ଦୀର୍ଘ ସପ୍ତାହେ ହେଲା ଚୁପ୍‌ ରହିବା ସହ ତାଙ୍କୁ ଧମକ୍‌ ଦେଇଥିଲେ ବୋଲି ଅଭିଯୋଗରେ ଉଲ୍ଲେଖ ରହିଛି । ଅଭିଯୋଗ ଅନୁସାରେ ଦେବଗଡ ଥାନା ତଥା ବାରକୋଟ ବ୍ଲକ ରମ୍ଭେଇ ପଞ୍ଚାୟତ ଅଂଚଳର ଜଣେ ଆଦିବାସୀ ଯୁବତୀଙ୍କ ସହ ଅମିତ ଫେସବୁକ ଯୋଗେ ସମ୍ପର୍କ ସ୍ଥାପନ କରିଥିଲେ । ଯୁବତୀ ଜଣକ ଚାକିରୀ କରିବା ସହ ଭୁବନେଶ୍ୱରର ଏକ ହଷ୍ଟେଲରେ ରହୁଥିବା ବେଳେ ଅମିତ୍‌ ନିୟମିତ ଯିବା ଆସିବା କରି ତାଙ୍କୁ ଏକ ଘର ଭଡ଼ା ନେଇ ରଖିଥିଲେ । ଯୁବତୀ ଜଣକ ଗର୍ଭଧାରଣ କରିବା ପରେ ଅମିତ୍‌ ତାଙ୍କୁ ଗତ ବର୍ଷ ସେପ୍ଟେମ୍ବର ୮ ତାରିଖ ଭୁବନେଶ୍ୱର ସତ୍ୟ ବିହାର ମନ୍ଦିର ଠାରେ ବିବାହ କରି ନୂଆପଲ୍ଲୀ ଅଞ୍ଚଳର ବେହେରା ସାହିରେ ଏକ ଘର ଭଡ଼ା ନେଇ ସ୍ୱାମୀ-ସ୍ତ୍ରୀ ଭାବେ ରହିଥିଲେ । ପରବର୍ତୀ ସମୟରେ ଅମିତ୍‌ ତାଙ୍କ ଗର୍ଭପାତ କରାଇବା ସହ ବ୍ୟବସାୟ କରିବ କହି ବିଭିନ୍ନ ସମୟରେ ଟଙ୍କା ଆଣିଥିଲେ । ପ୍ରେମବିବାହ କରିଥିବାରୁ ଯୁବତୀ ଜଣକ ନିଜ ଭବିଷ୍ୟତକୁ ଚାହିଁ ସବୁକିଛି ପୂରଣ କରିଥିଲେ । ତେବେ ଗତ ମେ ମାସ ୨୮ ତାରିଖ ଅମିତ୍‌ ତାଙ୍କ ସୁନାଗହଣା ସହ ସ୍କୁଟିନେଇ ଦେବଗଡ ଫେରାର୍‌ ମାରିଥିଲା । ଦୀର୍ଘଦିନ ଧରି ଫୋନ୍‌ ରିସିଭ୍‌ ନକରିବାରୁ ଯୁବତୀଙ୍କ ମନରେ ସନ୍ଦେହ ହେବାରୁ ଗତ ଗୁରୁବାର ତାଙ୍କ ଘରେ ପହଞ୍ଚିଥିଲେ। ତେବେ ଏହାର ସମାଧାନ କରିବା ବଦଲରେ ଅମିତଙ୍କ ପରିବାର ତାଙ୍କୁ ପୁଲିସକୁ ଗଲେ କିମ୍ବା ଏକଥା କାହାରି ସମ୍ମୁଖରେ ପ୍ରଘଟ୍ଟ କଲେ ହତ୍ୟା କରିବେ ବୋଲି ଧମକ୍‌ ଦେଇଥିଲେ । ଫଳରେ ଯୁବତୀ ଜଣକ ଅନ୍ୟ ଉପାୟ ନପାଇ ଦେବଗଡ ଥାନା ପହଞ୍ଚି ଅମିତ୍‌ ବିରୋଧରେ ଅଭିଯୋଗ କରିବା ସହ ତୁମ୍ବିତୁଫାନ କରିବାରୁ ଘଟଣାଟି ସହରବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!