ସମ୍ବଲପୁର, (ବାଘୁଆବାର୍ତ୍ତା): ସ୍ତ୍ରୀକୁ ପିଟିପିଟି ହତ୍ୟା କଲା ପିଶାଚ ସ୍ଵାମୀ। ସମ୍ଵଲପୁର ଜିଲ୍ଲା ଚିପିଲିମା ଫୁଟବଲ୍ ପଡ଼ିଆ ହରିଜନ ପଡ଼ାରେ ଏଭଳି ନୃଶଂସ ହତ୍ୟାକାଣ୍ଡ ଘଟିଛି। ମୃତକ ଜଣଙ୍କ ହେଉଛନ୍ତି ଉକ୍ତ ଗ୍ରାମର ମୀନତି ବନଛୋର। ସୂଚନାନୁଯାୟୀ, ହରିଜନ ପଡ଼ାର ଧିରେନ ବନଛୋରଙ୍କ ସହ ତାଙ୍କ ସ୍ତ୍ରୀ ମୀନତି ବନଛୋରଙ୍କର କୌଣସି କାରଣକୁ ନେଇ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଧିରେନ ତାଙ୍କ ସ୍ତ୍ରୀଙ୍କୁ ବାଡ଼ିରେ ପିଟିପିଟି ହତ୍ୟା କରିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରିବା ସହ ଅଭିଯୁକ୍ତ ସ୍ଵାମୀକୁ ଗିରଫ କରିଛି। ମୀନତି ଧିରେନଙ୍କର ତୃତୀୟ ସ୍ତ୍ରୀ ହୋଇଥିବା ଜଣାପଡ଼ିଛି।





