ପୁରୀ, (ବାଘୁଆବାର୍ତ୍ତା): ଲୁଟ୍ ଅଭିଯୋଗରେ ପୁରୀ ସମୁଦ୍ର କୂଳ ଥାନା ପୋଲିସ ୪ ଜଣଙ୍କୁ ଗିରଫି କରିଛି। ସେମାନଙ୍କ ମଧ୍ୟରେ ଜଣେ ମହିଳା ଓ ତିନିଜଣ ପୁରୁଷ ରହିଛନ୍ତି। ପୋଲିସ ସେମାନଙ୍କ ଠାରୁ ୩୦ ହଜାର ଟଙ୍କା, ୭ଟି ଦାମି ମୋବାଇଲ ଫୋନ, ଗୋଟିଏ ମୋଟର ସାଇକେଲ ସହ ଡିକି ଭାଙ୍ଗିବା ଯନ୍ତ୍ରାଂଶ ଜବତ କରିଛି। ଗିରଫ ଅଭିଯୁକ୍ତ ମାନେ ହେଉଛନ୍ତି ଗଞ୍ଜାମ ଜିଲ୍ଲାର ଦାସ ଅନିଲ, ଏସ୍. ହରି, ଏ. ଅଙ୍କେତେଶ, ଏ. ସାମିନି। ବୁଧବାର ସକାଳେ ଏହି ଗ୍ୟାଙ୍ଗର ଦୁଇଜଣ ଅଭିଯୁକ୍ତ ସମୁଦ୍ର କୂଳ ଅଞ୍ଚଳରେ ବନମାଳୀ ମଲ୍ଲିକ ନାମକ ଜଣେ ବ୍ୟକ୍ତିଙ୍କ ଠାରୁ ମୋବାଇଲ ଫୋନ ଏବଂ ତାଙ୍କ ବ୍ୟାଗ ଛିନତାଇ କରି ଫେରାର ହୋଇ ଯାଇଥିଲେ। ବ୍ୟାଗରେ ପ୍ରାୟ ୧୦ ହଜାରରୁ ଉର୍ଦ୍ଧ୍ଵ ଟଙ୍କା ଥିଲା। ଏନେଇ ବନମାଳୀ ସମୁଦ୍ର କୂଳ ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ସିସିଟିଭି ଆଧାରରେ ପୋଲିସ ଏହି ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି। ଏହି ଅଭିଯୁକ୍ତମାନଙ୍କୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଥିବା ସୂଚନା ଦେଇଛି। ତେବେ ଆଉ ଦିନକ ପରେ ରଥଯାତ୍ରା ଥିବାରୁ ଏହି ଗ୍ୟାଙ୍ଗ ପୁରୀ ଆସି ଲୁଟପାଟ ସହ ପର୍ୟ୍ୟଟକ ଓ ଭକ୍ତଙ୍କୁ କଳାକନା ବୁଲାଇବା ପାଇଁ ଯୋଜନା କରିଥିଲେ।





