ରାଇରଙ୍ଗପୁର, (ବାଘୁଆବାର୍ତ୍ତା): ୨୯।୬ ମୟୂରଭଞ୍ଜ ଜିଲ୍ଲା ତିରିଂ ଥାନା ଅନ୍ତର୍ଗତ ଡୋ ଲାଜୋଡି ଗ୍ରାମରେ ପରକୀୟା ପ୍ରୀତି ସନ୍ଦେହ କରି ସ୍ତ୍ରୀକୁ ଟାଙ୍ଗିଆରେ ହାଣି ହତ୍ୟା କରିଛି ସ୍ବାମୀ। ମୃତକ ଜଣକ ହେଲେ ଡୋଲାଜୋଡି ଗ୍ରାମର ଦେଓଲା ବାସ୍କେ। ପରକୀୟା ପ୍ରୀତି ସନ୍ଦେହ କରି ଡୋଲାଜୋଡି ଗ୍ରାମର ବୁଢାନ ବାସ୍କେ ତାଙ୍କ ସ୍ତ୍ରୀ ଦେଓଲା ବାସ୍କେ ଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କରିଥିଲେ । ଦେଓଲାଙ୍କ ଚିତ୍କାର ଶୁଣି ପୁଅ ପହଞ୍ଚି ବାପାଙ୍କୁ ଅଟକାଇବାକୁ ଚେଷ୍ଟା କରିଥିଲା। କିନ୍ତୁ କୁରାଢ଼ୀ ଚୋଟରେ ମହିଳାଙ୍କ ମୃତ୍ୟୁ ଘଟିସାରିଥିଲା । ହତ୍ୟା କରିବା ପରେ ଅଭିଯୁକ୍ତ ବୁଢାନ ଥାନାରେ ଆତ୍ମସମର୍ପଣ କରିଥିଲେ । ତେବେ ସ୍ତ୍ରୀଙ୍କୁ ବିଳମ୍ବିତ ରାତିରେ ଫୋନରେ କଥା ହେଉଥିବା ଦେଖି ପରକୀୟା ପ୍ରୀତି ସନ୍ଦେହ କରି ତାଙ୍କୁ ହତ୍ୟା କରିଥିବା ବୁଢାନ କହିଛି। ପୋଲିସ ପହଞ୍ଚି ମୃତଦେହ ଜବତ କରି ସାଇଣ୍ଟିଫିକ ଟିମ ସହ ଘଟଣାର ତଦନ୍ତ କରୁଛି।





