Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

୫ ଜଣ କୁଖ୍ୟାତ ଡକାୟତ ଗିରଫ

by ସଞ୍ଜୟ ସ୍ୱାଇଁ
June 28, 2022
in Crime, State
୫ ଜଣ କୁଖ୍ୟାତ ଡକାୟତ ଗିରଫ
90
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ପୋଲିସକୁ ମିଳିଛି ବଡ ସଫଳତା । ପୋଲିସ ଏକ ବଡ ଡକାୟତ ଗ୍ୟାଙ୍ଗକୁ ଗିରଫ କରିବାରେ ସଫଳ ହୋଇଛି । ୫ ଜଣ କୁଖ୍ୟାତ ଡକାୟତ ଗିରଫ ସହ ସେମାନଙ୍କଠାରୁ ୫ଟି ପିସ୍ତଲ, ଗୋଟିଏ ରିଭଲଭର, ୮ଟି ମାଗାଜିନ, ୧୩ ରାଉଣ୍ଡ ଗୁଳି, ୫ଟି ବୋମାକୁ ପୋଲିସ ଜବତ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ କୋଦଳା ଥାନା ଅଞ୍ଚଳ ସାଙ୍କୁଡା ଗ୍ରାମର ମହେଶ୍ବର ସାହୁ, କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ଆଠଗଡ ପାଟଣାର ସୁବିର କୁମାର ହୋତା ଓରଫ ସିଲୁ, କୋଦଳା ଥାନା ଅନ୍ତର୍ଗତ ଅଙ୍ଗାରଗାଁ ଗ୍ରାମର ରାମ ଚନ୍ଦ୍ର ଜେନା, କବିସୂର୍ୟ୍ୟନଗର ଥାନା ଅନ୍ତର୍ଗତ ବାଲିଆସଉରା ଗ୍ରାମର ଦିଲ୍ଲୀପ ପଲାଇ, ଖଲ୍ଲିକୋଟ ଥାନା ଅନ୍ତର୍ଗତ ଖୋଜାପଲ୍ଲୀ ଗ୍ରାମର ମନୋଜ ସ୍ବାଇଁକୁ ପୋଲିସ ଗିରଫ କରିଛି । ସୋମବାର ମଧ୍ୟରାତ୍ରିରେ ଖଲ୍ଲିକୋଟ ଥାନା ବଡ ଘାଟି ନିକଟରେ ଜାତୀୟ ରାଜପଥରେ ଡକାୟତ କରିବା ପାଇଁ ଯୋଜନା କରୁଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ଖଲ୍ଲିକୋଟ ଥାନା ଅଧିକାରୀ ଜଗନ୍ନାଥ ମଲ୍ଲିକ ଓ ଷ୍ଟାଫ୍ ଅତର୍କିତ ଚଢାଉ କରି ଗିରଫ କରିଥିଲେ । ମଙ୍ଗଳବାର ସେମାନଙ୍କୁ କୋର୍ଟ ଚାଲାଣ କରିବ ପୋଲିସ। ସେପଟେ କବିସୂର୍ୟ୍ୟନଗର ଥାନା ଅଞ୍ଚଳର ଦିଲ୍ଲୀପ ପଲାଇ ନାମରେ ବିଭିନ୍ନ ଥାନାରେ ୫୦ରୁ ଉର୍ଦ୍ଧ୍ବ ମାମଲା ଜଣାପଡିଛି । ସେହିଭଳି ଖଲ୍ଲିକୋଟ ଥାନା ଅଞ୍ଚଳର ମନୋଜ ସ୍ବାଇଁଙ୍କ ନାମରେ ୭ରୁ ଉର୍ଦ୍ଧ୍ବ ମାମଲା ଥିବା ଜଣାପଡିଛି । ତେବେ ଏହି ଦୁଇ ଜଣଙ୍କ ନାମରେ ବିଭିନ୍ନ ଥାନାରେ ଡକାୟତି, ରାହାଜାନୀ ଓ ଲୁଟପାଟ ଭଳି ସଙ୍ଗୀନ ମାମଲା ରହିଛି। ଗିରଫ ହୋଇଥିବା ଅଭିଯୁକ୍ତ କେଉଁଠୁ ବେଆଇନ ବନ୍ଧୁକ ଆଣିଲେ ତାର ତଦନ୍ତ କରୁଛି ଖଲ୍ଲିକୋଟ ଥାନା ପୋଲିସ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!