ଜଳେଶ୍ଵର, (ବାଘୁଆବାର୍ତ୍ତା): ସମୁଦ୍ର ବେଳାଭୂମିରୁ ଅଜଣା ବ୍ୟକ୍ତିଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର। ବାଲେଶ୍ୱର ଜିଲ୍ଲା ବାଲିଆପାଳ ଥାନା ବାଲିବିଲ ଗ୍ରାମ ନିକଟସ୍ଥ ସମୁଦ୍ର ବେଳାଭୂମିରୁ ଆଜି ସକାଳେ ଜଣେ ଯୁବକଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର ହୋଇଛି। ଖବର ପାଇ ବାଲିଆପାଳ ଥାନା ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି। ତେବେ ଶବଟିର ମୁଣ୍ଡ ନଥିବାରୁ ଯୁବକଙ୍କର କୌଣସି ପରିଚୟ ମିଳିପାରି ନାହିଁ। ଯୁବକଙ୍କୁ କେହି ହତ୍ୟା କରି ସମୁଦ୍ରରେ ଫିଙ୍ଗି ଦେଇଥିବା ଅନୁମାନ କରାଯାଉଛି। ପୋଲିସର ତଦନ୍ତ ପରେ ପ୍ରକୃତ ସତ୍ୟ ସାମ୍ନାକୁ ଆସିବ ବୋଲି କୁହାଯାଉଛି।





