ନିଆଳି, (ବାଘୁଆବାର୍ତ୍ତା): ମହିଳାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର। କଟକ ଜିଲ୍ଲା ନିଆଳି ଥାନା ରାଇଚାନ୍ଦୋଳ ଗାଁର ଇନ୍ଦୁମତି ପରିଡ଼ାଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ନିଆଳି ପୋଲିସ ପହଞ୍ଚି ମୃତଦେହ ଜବତ କରିଛି। ସୂଚନାନୁଯାୟୀ, ପୁରୀ ଜିଲ୍ଲା ନିମାପଡ଼ା ଥାନା ମିଟେଇପୁର ଚାଉଳ ବସ୍ତ ଗାଁର ଅଚ୍ୟୁତ ପରିଡ଼ାଙ୍କ ଝିଅ ଇନ୍ଦୁମତି ଜୁନ୍ ୨୦୨୧ରେ କଟକ ଜିଲ୍ଲା ନିଆଳି ରାରଚାନ୍ଦୋଳ ଗାଁର ରଶ୍ମି ରଂଜନକୁ ବିବାହ କରିଥିଲେ। ଆଜି ହଠାତ୍ ଶ୍ଵଶୁର ଘରୁ ଇନ୍ଦୁମତିଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। କେଉଁ କାରଣ ପାଇଁ ଇନ୍ଦୁମତି ଆତ୍ମହତ୍ୟା କରିଛନ୍ତି ତାହାର କାରଣ ଅସ୍ପଷ୍ଟ ରହିଥିବା ବେଳେ ବାପଘର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଅଭିଯୋଗ ଆଧାରରେ ମୃତ ମହିଳାଙ୍କ ସ୍ଵାମୀ ରଶ୍ମି ରଞ୍ଜନଙ୍କୁ ଅଟକ ରଖି ପୋଲିସ ପଚରାଉଚୁରା କରୁଛି। ଶବ ବ୍ୟବଚ୍ଛେଦ ପରେ ଏହା ହତ୍ୟା କି ଆତ୍ମହତ୍ୟା ତାହା ସ୍ପଷ୍ଟ ହେବ ବୋଲି ପୋଲିସ କହିଛି।





