Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବାଇକ୍‌ରେ ପଛରୁ ଆସି ଆଗ ବାଇକ୍‌କୁ ଧକ୍କା ଦେଇ ଛଡ଼ାଇ ନେଲେ ୬ ଲକ୍ଷ ଟଙ୍କା

by ସଞ୍ଜୟ ସ୍ୱାଇଁ
June 27, 2022
in Crime, State
ବାଇକ୍‌ରେ ପଛରୁ ଆସି ଆଗ ବାଇକ୍‌କୁ ଧକ୍କା ଦେଇ ଛଡ଼ାଇ ନେଲେ ୬ ଲକ୍ଷ ଟଙ୍କା
30
VIEWS
Share on FacebookShare on Twitter

କଳାହାଣ୍ଡି, (ବାଘୁଆବାର୍ତ୍ତା): ବାଇକ୍‌ରେ ପଛରୁ ଆସିଲେ। ଆଗ ବାଇକ୍‌କୁ ଧକ୍କା ଦେଲେ। ଆଗ ବାଇକ୍‌ର ଚାଳକ ରାସ୍ତା ଉପରେ ଚିତପଟାଙ୍ଗ ମାରିପଡ଼ିଲେ। ରାସ୍ତାରେ ପଡ଼ି ତାଙ୍କ ମୁଣ୍ଡରୁ ଝରଝର ହୋଇ ରକ୍ତ ବୋହି ଚାଲିଥିଲା। ହେଲେ ପଛରୁ ଧକ୍କା ଦେଇଥିବା ନିର୍ଦ୍ଦୟୀ ବାଇକ୍‌ ଆରୋହୀ ଦୁଇ ଜଣଙ୍କ ମଧ୍ୟରୁ ଜଣେ ଓହ୍ଲାଇ ପଡ଼ି ଚିତ୍‌ପଟାଙ୍ଗ ମାରି ପଡ଼ିଥିବା ଲୋକଙ୍କ ହାତରୁ ୬ ଲକ୍ଷ ଟଙ୍କା ଥିବା ବ୍ୟାଗ ଛଡ଼ାଇ ନେଇଥିଲେ। ପରେ ଦୁଇ ଦୁର୍ବୃତ୍ତ ବାଇକ୍ ଧରି ଘଟଣାସ୍ଥଳରୁ ଉଭାନ ହୋଇଯାଇଥିଲେ। ପୂରା ଫିଲ୍ମ ଷ୍ଟାଇଲରେ ହୋଇଥିବା ଏହି ଲୁଟ୍ କଳାହାଣ୍ଡି ଜିଲ୍ଲାର ମଦନପୁର ଅନ୍ତର୍ଗତ ରାମପୁର ଅଞ୍ଚଳରେ ଘଟିଛି। ଆଜି ଦିନ ଦ୍ୱିପ୍ରହରରେ ଘଟିଥିବା ଲୁଟ୍‌ର ଶିକାର ହୋଇଛନ୍ତି ସ୍ଥାନୀୟ ଗୋପାଳପୁର ଗ୍ରାମର ଭୂପିନ୍ଦର ରଣା। ସେ ଏନେଇ ସେ ଜଣାଇବା ପରେ ପୁଲିସ ଲୁଟେରାଙ୍କୁ ଧରିବା ନିମନ୍ତେ ତଦନ୍ତ ଆରମ୍ଭ କରିଛି। ଶ୍ରୀ ରଣା କହିଛନ୍ତି, ଆଜି ଦିନ ପ୍ରାୟ ୧୨.୩୦ରେ ସେ ମଦନପୁର ଅନ୍ତର୍ଗତ ରାମପୁର ସ୍ଥିତ ଏସ୍‌ବିଆଇ ବ୍ୟାଙ୍କରୁ ୬ ଲକ୍ଷ ଉଠାଇଥିଲେ। ଏହି ଟଙ୍କା ଧରି ସେ ବାଇକରେ ନିଜ ଗାଁ ଗୋପାଳପୁରକୁ ଆସୁଥିଲେ। ତାଙ୍କ ଅଜଣାତରେ ଲୁଟେରାମାନେ ପିଛା କରି ଏମ୍.ରାମପୁର ଅନ୍ତର୍ଗତ ମଦନପୁର ରାସ୍ତାରେ ତାଙ୍କ ବାଇକ୍‌କୁ ପଛରୁ ଧକ୍କା ଦେଇଥିଲେ। ସେ ଆହତ ଅବସ୍ଥାରେ ରାସ୍ତା ପଡ଼ି ଚିତ୍କାର କରୁଥିବା ବେଳେ ଲୁଟେରାମାନେ ଟଙ୍କା ଛଡ଼ାଇ ନେଇ ପଳାଇଥିଲେ। ଖବର ପାଇ ପୁଲିସ ପହଞ୍ଚିବା ପରେ ଆହତ ଶ୍ରୀ ରଣାଙ୍କୁ ଏମ୍.ରାମପୁର ଡାକ୍ତରଖାନାରେ ଭର୍ତ୍ତି କରିଛନ୍ତି। ଏମ୍.ରାମପୁର ଥାନା ପୁଲିସ ଅଭିଯୋଗକୁ ଆଧାର କରି ସ୍ଥାନୀୟ ସମସ୍ତ ରାସ୍ତାକୁ ସିଲ୍ କରି ଲୁଟେରାକୁ ଧରିବାକୁ ପ୍ରୟାସ କରୁଛି। ତେବେ ଏମ୍.ରାମପୁର ଅଂଚଳରେ ବାଇକ୍ ଲୁଟେରାଙ୍କ ଉତ୍ପାତ ବୃଦ୍ଧି ଲୋକ ଅସନ୍ତୋଷର କାରଣ ହୋଇଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!