Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବନ୍ଦ ଘରୁ ମିଳିଲା ମହିଳା ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ

by ସଞ୍ଜୟ ସ୍ୱାଇଁ
June 27, 2022
in Crime, State
ବନ୍ଦ ଘରୁ ମିଳିଲା ମହିଳା ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ
101
VIEWS
Share on FacebookShare on Twitter

ଭବାନୀପାଟଣା, (ବାଘୁଆବାର୍ତ୍ତା): ମହିଳା ପୋଷ୍ଟମାଷ୍ଟରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି । କଳାହାଣ୍ଡି ଜିଲ୍ଲା ଥୁଆମୂଳ ରାମପୁର ବ୍ଲକ୍ ଅନ୍ତର୍ଗତ ପୁରୁଣାଗୁମାରେ ଘଟିଛି ଏଭଳି ଅଭାବନୀୟ ଘଟଣା । କାର୍ୟ୍ୟରତ ମହିଳା ପୋଷ୍ଟମାଷ୍ଟର ଆରତୀ ଦଣ୍ଡସେନାଙ୍କ ମୃତଦେହ ତାଙ୍କ ପୁରୁଣାଗୁମା ସ୍ଥିତ ଭଡ଼ା ଘରେ ଝୁଲନ୍ତା ଅବସ୍ଥାରେରେ ଉଦ୍ଧାର କରାଯାଇଛି । ସୂଚନାଯୋଘ୍ୟ ଯେ, ରବିବାର ପୋଷ୍ଟ ଅଫିସ୍ ଛୁଟି ଥିବାରୁ ଆରତୀ ଘରେ ରହିଥିଲେ । ସେ ଦିନରେ ଗାଧୋଇବାକୁ ଯିବା ସହ ବାହାରେ ଡ୍ରେସ୍ ଶୁଖାଇଥିବା ଲୋକେ ଦେଖିଥିଲେ । ସନ୍ଧ୍ୟାରେ ବର୍ଷା ହେବାରୁ ତାଙ୍କ ଡ୍ରେସ୍ ଭିଜୁଥିବା ଦେଖି ଘର ପାଖର ଜଣେ ଝିଅ ତାଙ୍କ କବାଟ ବାଡେଇଥିଲେ । ସେ ନ ଶୁଣିବାରୁ ଝରକା ପଟେ ଯାଇ ଡାକିବା ବେଳେ ତାଙ୍କ ଝୁଲନ୍ତା ମୃତଦେହ ଦେଖିବାକୁ ପାଇଥିଲେ । ମୃତଦେହ ଦେଖି ସ୍ଥାନୀୟ ଲୋକଙ୍କୁ ସୂଚନା ଦେଇଥିଲେ । ପରେ ପୋଲିସ ଏବଂ ତାଙ୍କ ପରିବାରଲୋକଙ୍କୁ ଖବର ଦିଆଯାଇଥିଲା । ସୋମବାର ସକାଳୁ ଆରତୀଙ୍କ ବାପା ଏବଂ ଭାଇ ପହଞ୍ଚିବା ପରେ ଥାନାରେ ଏତଲା ଦେଇଥିଲେ । ପୋଲିସ ଘଟଣାସ୍ଥଳକୁ ଯାଇ ମୃତଦେହ ଜବତ କରି ଛାନଭିନ ଜାରି ରଖିଛି । ଆରତୀ ୨୦୨୦ରେ ପୋଷ୍ଟମାଷ୍ଟର ଭାବେ ପୁରୁଣାଗୁମ୍ମାରେ ଯୋଗ ଦେଇଥିଲେ । ପଡୋଶୀଙ୍କ କହିବା ଅନୁସାରେ ସେ କାମକୁ ନେଇ ମାନସିକ ଚାପରେ ରହୁଥିଲେ । ପ୍ରାୟ ସମୟ ଚୁପଚାପ ରହୁଥିଲେ । ତାଙ୍କ ବାପା ତାଙ୍କ ସହ ରହୁଥିବା ବେଳେ ଗତ ବୁଧବାର ଦିନ ସେ ଘରକୁ ଯାଇଥିଲେ । ପୁରୁଣାଗୁମ୍ମାରେ ନେଟୱର୍କ ସମସ୍ୟା ଯୋଗୁଁ ସବୁଦିନ ଘରକୁ ଯୋଗାଯୋଗ କରିପାରୁ ନଥିଲେ । ଆରତୀ ଶେଷ ଥର ପାଇଁ ଶୁକ୍ରବାର ଦିନ ତାଙ୍କ ମା’ଙ୍କ ସହ କଥା ହୋଇଥିଲେ । ସେ ମନଦୁଃଖରେ କଥା ହୋଇଥିଲେ ବୋଲି ତାଙ୍କ ମା’ ସୂଚନା ଦେଇଛନ୍ତି । ମୃତ୍ୟୁର କାରଣ ଅସ୍ପଷ୍ଟ ରହିଥିବା ବେଳେ କଳାହାଣ୍ଡି ଏସ୍‌ପି ଘଟଣାସ୍ଥଳକୁ ଯାଇ ତଦନ୍ତ କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!