Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

‘ଏନି ଡେସ୍କ’ ବ୍ୟବହାର କରି ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ

by ସଞ୍ଜୟ ସ୍ୱାଇଁ
June 26, 2022
in Crime, State
‘ଏନି ଡେସ୍କ’ ବ୍ୟବହାର କରି ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ
141
VIEWS
Share on FacebookShare on Twitter

ବ୍ରହ୍ମପୁର, (ବାଘୁଆବାର୍ତ୍ତା): ସ୍କ୍ରିନ୍ ଶେଆର ଆପ୍ଲିକେସନ ‘ଏନି ଡେସ୍କ’କୁ ବ୍ୟବହାର କରି ଜଣେ ବ୍ୟାଙ୍କ କର୍ମଚାରୀଙ୍କ ଠାରୁ ଲକ୍ଷାଧିକ ଟଙ୍କା ଲୁଟି ନେଲେ ସାଇବର ଠକ। ଠକେଇର ଶିକାର ହୋଇଥିବା ଏହି ବ୍ୟାଙ୍କ କର୍ମଚାରୀଙ୍କ ନାଁ ଲକ୍ଷ୍ମୀନାରାୟଣ ପଣ୍ଡା। ସେ ବ୍ରହ୍ମପୁର ଖୋଡ଼ାସିଂ ରାମକୃଷ୍ଣ ନଗରର ପଞ୍ଚମ ଲେନ୍‌ରେ ରହନ୍ତି। ଗତ ମାସରେ ସେ ଗୋଟିଏ ଇ-କମର୍ସ ୱେବସାଇଟରୁ ଶାର୍ଟଟିଏ ମଗାଇଥିଲେ। ଗତ ୧୮ ତାରିଖରେ ଶାର୍ଟ ତାଙ୍କ ପାଖରେ ପହଞ୍ଚିଥିଲା। ହେଲେ ଶାର୍ଟଟି ତାଙ୍କର ପସନ ନ ହେବାରୁ ସେ ଫେରାଇବାକୁ ଚାହିଁଥିଲେ। ଏଥିପାଇଁ ସେ ସଂପୃକ୍ତ ଇ କମର୍ସ ସାଇଟ୍‌ର କଷ୍ଟମର କେୟାର ସହ ଯୋଗାଯୋଗ ପାଇଁ ଚେଷ୍ଟା କରିଥିଲେ। କିନ୍ତୁ ତାହା ସମ୍ଭବ ହୋଇ ନଥିଲା। ପରେ ତାଙ୍କ ପାଖକୁ ଗୋଟିଏ କଲ୍ ଆସିଥିଲା। ଫୋନ୍ କରିଥିବା ବ୍ୟକ୍ତି ନିଜକୁ ସଂପୃକ୍ତ ଇ କମର୍ସ ସାଇଟ୍‌ର କଷ୍ଟମର କେୟାର ଏକ୍‌ଜିକ୍ୟୁଟିଭ ବୋଲି କହି ଅନ୍‌ଲାଇନ୍‌ରେ ରିଟର୍ଣ୍ଣ ସମ୍ଭବ ହେଉନି ବୋଲି କହିଥିଲେ। ତା’ପରେ ତାଙ୍କୁ ଉକ୍ତ ବ୍ୟକ୍ତି ଏନିଡେସ୍କ ଡାଉନଲୋଡ୍ କରିବାକୁ କହିଥିଲେ। ଲକ୍ଷ୍ମୀନାରାୟଣ ଏନି ଡେସ୍କ ଡାଉନଲୋଡ କରି ଏହାର କୋଡ୍ ନମ୍ବର ସଂପୃକ୍ତ ବ୍ୟକ୍ତି ବା ସାଇବର ଠକକୁ ଦେଇଥିଲେ। ସେହି କୋଡ୍ ନମ୍ବର ବ୍ୟବହାର କରି ସାଇବର ଠକ ଲକ୍ଷ୍ମୀନାରାୟଣଙ୍କ ମୋବାଇଲ୍‌ରେ ଥିବା ସମସ୍ତ ୟୁପିଆଇ ଆଡ୍ରେସକୁ ହ୍ୟାକ କରି ଦେଇଥିଲା ଓ ତାଙ୍କ ଆକାଉଣ୍ଟରୁ ୧ ଲକ୍ଷ ୨୭ ହଜାର ଟଙ୍କା ଲୁଟି ନେଇଥିଲା। ଲକ୍ଷ୍ମୀନାରାୟଣ ଏନେଇ ଥାନାରେ ଅଭିଯୋଗ କରିବା ପରେ ପୁଲିସ ତଦନ୍ତ କରୁଛି।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!