ଢେଙ୍କାନାଳ, (ବାଘୁଆବାର୍ତ୍ତା): ଶାଶୁଘରୁ ବୋହୂର ଝୁଲନ୍ତା ମୃତଦେହ ଉଦ୍ଧାର । ଖବର ପାଇ ଝୁଲନ୍ତା ଅବସ୍ଥାରେ ପୁଲିସ ମୃତଦେହ ଜବତ କରିଛି । ମୃତ ମହିଳାଙ୍କ ବାପଘର ପକ୍ଷରୁ ହତ୍ୟା ଅଭିଯୋଗ ପରେ ସ୍ବାମୀ ଓ ଶ୍ୱଶୁରଙ୍କୁ ଅଟକ ରଖି ପୋଲିସ ତନା ଘନା ଆରମ୍ଭ କରିଛି । ଢେଙ୍କାନାଳ ଜିଲ୍ଲା ମୋଟଙ୍ଗା ଥାନା ଅନ୍ତର୍ଗତ ଘୋଡା ଡିଆଁ ଗ୍ରାମରେ ଏହି ଘଟଣାକୁ ନେଇ ପୋଲିସ ଛାନ ଭିନ ଆରମ୍ଭ କରିଛି । ମୃତା ମହିଳା ଜଣଙ୍କ ଅନୁଗୁଳ ବନ୍ତଳା ଗ୍ରାମର ବସନ୍ତ ବେହେରାଙ୍କ ଝିଅ ମଧୁସ୍ମିତା ବେହେରା । ମଧୁସ୍ମିତା ଗତ ତିନିବର୍ଷ ପୂର୍ବେ ଘୋଡାଡିଆଁ ଗ୍ରାମର ଜିତେନ୍ଦ୍ର ପରିଡାଙ୍କୁ ବିବାହ କରିଥିଲେ । ତେବେ ମଧୁସ୍ମିତାଙ୍କ ଶୋଇବା ଘରୁ ମୃତଦେହକୁ ଜବତ କରିଛି ମୋଟଙ୍ଗା ପୋଲିସ। ଶାଶୁ ଘର ଲୋକେ ଏହାକୁ ଆତ୍ମହତ୍ୟାର ରୂପ ଦେଉଥିବାବେଳେ ମୃତ ମହିଳାଙ୍କ ବାପଘର ତାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଉଠାଇଛନ୍ତି । ଫଳରେ ମୃତଦେହକୁ ବ୍ୟବଛେଦ ପାଇଁ ପଠାଇଥିବେଳେ ମୃତ ମହିଳାଙ୍କ ସ୍ୱାମୀ ଜିତେନ୍ଦ୍ର ପରିଡା ଓ ଶ୍ବଶୁର ଶ୍ରୀଧର ପରିଡାଙ୍କୁ ପୋଲିସ ଅଟକ ରଖି ତଦନ୍ତ କରୁଥିବା ଜଣାପଡିଛି ।





