Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରକ୍ରିୟା ପ୍ରୀତିକୁ ନେଇ ହତ୍ୟା, ବନ୍ଧା ହେଲେ ପତ୍ନୀ ସହ ବୟଫ୍ରେଣ୍ଡ

by ସଞ୍ଜୟ ସ୍ୱାଇଁ
June 25, 2022
in Crime, State
ପରକ୍ରିୟା ପ୍ରୀତିକୁ ନେଇ ହତ୍ୟା, ବନ୍ଧା ହେଲେ ପତ୍ନୀ ସହ ବୟଫ୍ରେଣ୍ଡ
204
VIEWS
Share on FacebookShare on Twitter

କଟକ, (ବାଘୁଆବାର୍ତ୍ତା): ୨୧ ତାରିଖରୁ ନିଖୋଜ ଥିବା କଟକ ଜିଲ୍ଲା ବାରଙ୍ଗ ଥାନା ଅଞ୍ଚଳର ଗୋପାଳ ନାୟକଙ୍କ ମୃତଦେହ ଠାବ ହୋଇଛି । ଗୋପାଳଙ୍କୁ ହତ୍ୟା ଅଭିଯୋଗରେ ତାଙ୍କ ପତ୍ନୀ ସମେତ ପତ୍ନୀଙ୍କ ବୟଫ୍ରେଣ୍ଡଙ୍କୁ ଗିରଫ କରିଛି ପୁଲିସ୍‌। ପରକୀୟା ପ୍ରୀତିକୁ କେନ୍ଦ୍ର କରି ଏହି ହତ୍ୟାକାଣ୍ଡ ହୋଇଥିବା ଅତିରିକ୍ତ ଡିସିପି ପ୍ରମୋଦ ରଥ କହିଛନ୍ତି। ଜଟଣୀ ଥାନା ଅଧୀନ ନୂଆ ଗାଁ ବାସିନ୍ଦା ଗୋପାଳ ନାୟକ ବାଙ୍କୀ ଥାନା ଅନ୍ତର୍ଗତ ଗୟଳବାଙ୍କ ଗ୍ରାମର ଝୁମୁରୀ ନାୟକଙ୍କୁ ବିବାହ କରିଥିଲେ। ଏହାପରଠୁ ଗୋପାଳ ଘର ଜ୍ୱାଇଁ ଭାବରେ ଗୟଳବାଙ୍କ ଗ୍ରାମରେ ରହୁଥିଲେ । ସେ ବାଆଁରା ଗ୍ରାମ ନିକତସ୍ତ ଏକ ଘରୋଇ ମେଡିକାଲରେ ସୁଇପର ଭାବେ କାମ କରୁଥିଲେ। ଗତ ୨୧ ତାରିଖ ଦିନ ସକାଳୁ ଘରୁ କାମ କରିବାକୁ କହି ଆସି ଆଉ ଘରକୁ ଫେରି ନଥିଲେ ଗୋପାଳ। ଘର ଲୋକ ଖୋଜାଖୋଜି କରି ଗୋପାଳଙ୍କର କୌଣସି ପତ୍ତା ପାଇ ନ ଥିଲେ। ହେଲେ ତାଙ୍କର ଏକ ସ୍କୁଟିକୁ ପାଇ ପୁଲିସ୍‌କୁ ଖବର ଦେଇଥିଲେ । ପୁଲିସ ଘଟଣାର ଅନୁସନ୍ଧାନ କରି ଗୋପାଳଙ୍କ ମୃତଦେହ ନିକଟସ୍ଥ ଜଙ୍ଗଲରୁ ଉଦ୍ଧାର କରିଛି। ଏହି ହତ୍ୟାକାଣ୍ଡରେ ସମ୍ପୃକ୍ତି ଅଭିଯୋଗରେ ପୁଲିସ୍‌ ତାଙ୍କ ପତ୍ନୀ ଓ ପତ୍ନୀଙ୍କ ପୁରୁଷ ବନ୍ଧୁଙ୍କୁ ବାନ୍ଧିଛି। ଏନେଇ ଆଜି ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ କଟକ ଅତିରିକ୍ତ ଡିସିପି ପ୍ରମୋଦ ରଥ କହିଛନ୍ତି, ଗତ ୨୧ ତାରିଖରେ ଜଗନ୍ନାଥ ଓ ଝୁମୁରୀ ବିବାହ କରିବାକୁ ଯୋଜନା କରି ଘରୁ ପଳାଇଥିଲେ। ସେମାନେ ତ୍ରିଶୁଳିଆରେ ଥିବା ଖବର ପାଇ ଗୋପାଳ ସେଠାରେ ପହଞ୍ଚିଥିଲା। ଗୋପାଳ ନିଶାସକ୍ତ ଅବସ୍ଥାରେ ଥିବା ବେଳେ ସେଠାରେ ସେମାନଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା। ଏହାପରେ ସେମାନେ ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିଲେ। ସେଠାରେ ଜଗନ୍ନାଥ ଓ ଝୁମୁରୀ ପଥରରେ ଛେଚି ଗୋପାଳକୁ ହତ୍ୟା କରିଥିଲେ। ଏହାପରେ ତାକୁ ଘୋଷାଡ଼ି ନେଇ ଏକ ବୁଦାମୂଳେ ଲୁଚାଇ ଦେଇ ନିଜେ ନିଜ ବାଟରେ ପଳାଇଥିଲେ। ମୋ’ ସ୍ୱାମୀ ସବୁବେଳେ ମୋତେ ନିର୍ୟାତନା ଦେଉଥିଲା। ଏପରିକି ସେ ମୋତେ କଟୁରୀ, ଟାଙ୍ଗିଆ, ଲୁହା ରଡରେ ଆକ୍ରମଣ କରିବାକୁ ପଛାଉ ନ ଥିଲା ବୋଲି କହିଛନ୍ତି ଝୁମୁରୀ। ଆମର ତାକୁ ମାରିବାର କୌଣସି ଯୋଜନା ନ ଥିଲା । ଏସବୁ ହଠାତ୍‌ ହୋଇଗଲା ବୋଲି ସେ କହିଛନ୍ତି । ଏନେଇ ଗୋପାଳଙ୍କ ପତ୍ନୀଙ୍କ ପୁରୁଷ ବନ୍ଧୁ ଜଗନ୍ନାଥ ଜେନା କହିଛନ୍ତି, ଗୋପାଳ ଆମ ୨ ଜଣଙ୍କୁ ଧମକାଇ ଜଙ୍ଗଲ ନେଇଗଲା। ଏହାପରେ ସେଠାରେ ସେ ନିଜ ପତ୍ନୀଙ୍କୁ ମାରିବାକୁ ଚେଷ୍ଟା କଲା। ମୋତେ ଅଭଦ୍ର ଭାଷାରେ ଗାଳିଗୁଲଜ କଲା, ମାରଧର କଲା। ଏହାପରେ ହଠାତ୍‌ ଏପରି ସବୁ ଘଟିଗଲା।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!