Sunday, September 6, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମୋବାଇଲ, ଏଟିଏମ, ଟଙ୍କା ଲୁଟ ପରେ ମହିଳାଙ୍କୁ ଦୁଷ୍କର୍ମ

by ସଞ୍ଜୟ ସ୍ୱାଇଁ
June 22, 2021
in Crime, State
ମୋବାଇଲ, ଏଟିଏମ, ଟଙ୍କା ଲୁଟ ପରେ ମହିଳାଙ୍କୁ ଦୁଷ୍କର୍ମ
182
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ଲିଫ୍ଟ ଦେବା ବାହାନାରେ ମହିଳାଙ୍କୁ ଦୁଷ୍କର୍ମ ଉଦ୍ୟମ । ଏହାସହ ମହିଳାଙ୍କ ବ୍ୟାଗ୍‌ରୁ ଏଟିଏମ୍‌, ମୋବାଇଲ୍‌ ଓ ୫ ହଜାର ଟଙ୍କା ଝାମ୍ପି ନେଇଛି ଅଜଣା ଯୁବକ । କୌଶଳକ୍ରମେ ଯୁବକଙ୍କ କବଳରୁ ଖସି ଆସି ୭ କିମି ଦୂର ଚାଲି ଚାଲି ନବରଙ୍ଗପୁର ଫେରିଥିଲେ ମହିଳା । ଘଟଣା ସମ୍ପର୍କରେ ନବରଙ୍ଗପୁର ଥାନାରେ ମହିଳା ଜଣଙ୍କ ଅଭିଯୋଗ କରିଛନ୍ତି । ଏହି ମହିଳାଙ୍କ ରାଇଘର ବ୍ଲକ୍‌ ସୋନ୍‌ପୁରରେ । ସ୍ୱାମୀଙ୍କ ୪ ବର୍ଷ ପୂର୍ବରୁ ମୃତ୍ୟୁ ହୋଇଛି । ଗୋଟିଏ ପୁଅ ଓ ଗୋଟିଏ ଝିଅ । ମୂଲ ଲାଗି ପରିବାର ଚଳାଉଥିଲେ । କୌଣସି କାମରେ ଅଞ୍ଚଳଗୁମା ଯାଇ ଫେରିବା ବେଳେ ଯାନବାହନ ନ ଥିବାରୁ ଅଞ୍ଚଳଗୁମାର ଜଣେ ବୃଦ୍ଧ ଲୋକ ସେହି ଗାଁର ଜଣେ ଯୁବକଙ୍କୁ ବାଇକ୍‌ରେ ନବରଙ୍ଗପୁର ପର୍ୟ୍ୟନ୍ତ ଲିଫ୍ଟ ଦେବାକୁ କହିଥିଲେ । ଯୁବକ ଜଣକ ମହିଳାଙ୍କୁ ଲିଫ୍ଟ ଦେବାକୁ କହି ନବରଙ୍ଗପୁରଠାରୁ ପ୍ରାୟ ୭ କିମି ଦୂର ଏକ ଜଙ୍ଗଲକୁ ନେଇ ଯାଇଥିଲା । ସେଠାରେ ମହିଳାଙ୍କୁ ଅସଦାଚରଣ ସହ ଦୁଷ୍କର୍ମ ଉଦ୍ୟମ କରିଥିଲା । ମହିଳା ଜଣଙ୍କ ସେଠାରୁ ଖସି ଆସି ନବରଙ୍ଗପୁର ଥାନା ଅଧିକାରୀ ତାରେକ୍‌ ଅହମ୍ମଦ ଏବଂ ଏସ୍‌ଆଇ କ୍ଷୀରସିନ୍ଧୁ ସାହୁଙ୍କୁ ଅଭିଯୋଗ କରିଛନ୍ତି । ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!