Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ପରକିଆ ପ୍ରୀତି, ରାସ୍ତାରୁ ହଟାଇବା ପାଇଁ ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ

by ସଞ୍ଜୟ ସ୍ୱାଇଁ
June 23, 2022
in Crime, State
ପରକିଆ ପ୍ରୀତି, ରାସ୍ତାରୁ ହଟାଇବା ପାଇଁ ସ୍ୱାମୀକୁ ହତ୍ୟା କରିଥିବା ଅଭିଯୋଗ
167
VIEWS
Share on FacebookShare on Twitter

ଜଟଣୀ, (ବାଘୁଆବାର୍ତ୍ତା): ବାରଙ୍ଗ ଥାନା ଗୋଡିସାହି ଫାଣ୍ଡି ଅନ୍ତର୍ଗତ ବିଦ୍ୟାଧରପୁର ପାହାଡ ନିକଟ କାଜୁ ଜଙ୍ଗଲରୁ ପୋଲିସ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରିଛି । ମୃତକ ଜଟଣୀ ଥାନା ଅନ୍ତର୍ଗତ ନୂଆଗାଁ ଗାନ୍ଧି ନଗରର ଗୋପାଳ ନାୟକ । ବାହାହେବା ପରଠାରୁ ଗୋପାଳ ଶ୍ୱଶୁର ଘର ଗୟାଳବାଙ୍କରେ ରହୁଥିଲେ । ବାରଙ୍ଗ ପୋଲିସ ମୃତକଙ୍କ ଶବ ଜବତ କରି ସାଇଣ୍ଟିଫିକ ଟିମର ସହାୟତାରେ ତଦନ୍ତ କରୁଛି । ଉପଯୁକ୍ତ ନ୍ୟାୟ ପାଇବା ନେଇ ମୃତକଙ୍କ ପରିବାରବର୍ଗ ଦାବି କରିଛନ୍ତି । ପରକିଆ ପ୍ରୀତିକୁ ନେଇ ହତ୍ୟାକାଣ୍ଡ ହୋଇଥିବା ମୃତକଙ୍କ ପରିବାରବର୍ଗ ଅଭିଯୋଗ କରିଛନ୍ତି। ମୃତ ଗୋପାଳ ବାଆରା ସ୍ଥିତ ଏକ ଆଶ୍ରମରେ ସହାୟକ ରୁପେ କାର୍ୟ୍ୟ କରୁଥିଲେ । ଗୋପାଳ ମଙ୍ଗଳବାର କାମ କରିବାକୁ ଯାଇ ଆଉ ଘରକୁ ଫେରିନଥିଲେ । ତାଙ୍କର ବାଇକ ଗତକାଲି ବିଦ୍ୟାଧରପୁର ପାହାଡ ନିକଟସ୍ଥ କାଜୁ ଜଙ୍ଗଲରେ ପଡିଥିଲା। ପୋଲିସ ବାଇକକୁ ସନ୍ଧ୍ୟାରେ ଥାନାକୁ ନେଇଥିଲା । ବୁଧବାର ସକାଳୁ ବାରଙ୍ଗ ପୋଲିସ କାଜୁ ଜଙ୍ଗଲରେ ଖୋଜା ଖୋଜି କରିବା ପରେ ଗୋପାଳର ମୃତଦେହ ଏକ ବୁଦା ଭିତରେ ପଢିଥିବାର ପାଇଥିଲେ। ଖବର ପାଇ ଗୋପାଳର ଶ୍ୱଶୁର ଘର ଲୋକେ ଶବକୁ ଚିହ୍ନଟ କରିଥିଲେ। ଗୋପାଳଙ୍କର ୨ଟି ଝିଅ ୨ଟି ପୁଅ ଥାଇ ମଧ୍ୟ ତାଙ୍କ ସ୍ତ୍ରୀର ଜଣେ ଯୁବକଙ୍କ ସହିତ ପରକିଆ ପ୍ରୀତି ରହିଥିଲା । ଯାହାକୁ ଗୋପାଳ ପ୍ରତିବାଦ କରୁଥିଲା । ଗତ ୧୫ ଦିନ ତଳେ ସ୍ତ୍ରୀ କେଉଁଆଡେ ଚାଲିଯାଇଥିବା ଗୋପାଳ ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗ ପରେ ଗୋପାଳକୁ ଫୋନ ଯୋଗେ ବାରମ୍ବାର ହତ୍ୟା ଧମକ ମିଳିଥିଲା । ଶବ ପଡିଥିବା ଘଟଣା ସ୍ଥଳରେ ଏକ ଲେଡିଜ୍‌ ଚପଲ ପଡିଥିବା ଦେଖି ଗୋପାଳଙ୍କ ଭଉଣୀ ଚପଲକୁ ଚିହ୍ନି ଏଇ ଚପଲ ଗୋପାଳଙ୍କ ସ୍ତ୍ରୀର ବୋଲି ପୋଲିସକୁ କହିଥିଲେ । ମୋ ଭାଇକୁ ଷଡଯନ୍ତ୍ର କରି ମାରି ଦିଆଯାଇଛି ବୋଲି ଅଭିଯୋଗ ହୋଇଛି । ଅନ୍ୟ ପକ୍ଷରେ ଗୋପାଳଙ୍କ ସ୍ତ୍ରୀର ଫୋନ ବନ୍ଦ ଥିବାରୁ ପରିବାର ଲୋକଙ୍କ ସନ୍ଦେହ ବଢିଛି । ତେବେ ଏ ନେଇ ବାରଙ୍ଗ ପୋଲିସର ତଦନ୍ତ ଜାରି ରହିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିଲା ପରେ ଗୋପାଳ ମୃତ୍ୟୁର କାରଣ ଜଣାପଡିବ ବୋଲି ପୋଲିସ କହିଛି । ଏପଟେ ମୃତକଙ୍କ ପରିବାରବର୍ଗ ଦୋଷୀଙ୍କ ବିରୋଧରେ ଦୃଢ କାର୍ୟ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!