ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଡକାୟତ ଯୋଜନା କରୁଥିବା ବେଳେ ବ୍ରହ୍ମପୁର ସଦର ପୋଲିସ ହାତରେ ୫ ଲୁଟେରା ଧରାପଡିଛନ୍ତି। ସେମାନଙ୍କ ଠାରୁ ମାରଣାସ୍ତ୍ର ସହ ୪୦ ଗ୍ରାମ ସୁନା ଅଳଙ୍କାର ଓ ୫୦ ଗ୍ରାମ୍ ରୂପା ଅଳଙ୍କାର ପୋଲିସ ଜବତ କରିଛି । ୫ ଜଣ ଲୁଟେରା ଡକାୟତି କରିବା ପାଇଁ ଯୋଜନା କରୁଥିଲେ। ଏ ସମ୍ପର୍କରେ ବ୍ରହ୍ମପୁର ସଦର ପୋଲିସ ଖବର ପାଇଁ ଚଢାଉ କରି ଗିରଫ କରିଥିଲା।





