ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଜିଲ୍ଲା ଅନ୍ତର୍ଗତ ଚାନ୍ଦପୁର ଥାନା ପକ୍ଷରୁ ଏକ ଶବ ଉଦ୍ଦାର କରାଯାଇଛି । ଚାନ୍ଦପୁର ୧୬ ନମ୍ବର ଜାତୀୟ ରାଜପଥ ଓଷକାଇ ଖୋଲ ନିକଟରୁ ଏହି ଶବଟିକୁ ଉଦ୍ଧାର କରାଯାଇଛି । ଚାନ୍ଦପୁର ଥାନା ଏଏସଆଇ ପୁରସ୍ତମ ପ୍ରଧାନ ଙ୍କ ନେତୃତ୍ୱରେ ଏହି ଶବଟିକୁ ଉଦ୍ଧାର କରାଯାଇଛି । ଉକ୍ତ ବ୍ୟକ୍ତିଙ୍କର ଠିକଣା ମିଳିପାରି ନାହିଁ । ରଣପୁର ସରକାରୀ ଗୋଷ୍ଠୀ କେନ୍ଦ୍ରରେ ପୋଷ୍ଟମର୍ଟମ କରାଯାଇଛି । ଉକ୍ତ ବ୍ୟକ୍ତି କିଛି ଦିନ ଧରି ଆଖପାଖ ଅଞ୍ଚଳରେ ବୁଲୁଥିବା ଜନସାଧାରଣ ମତବ୍ୟକ୍ତ କରିଛନ୍ତି ।





