ନୂଆପଡା, (ବାଘୁଆବାର୍ତ୍ତା): ବୋଡେନ ଥାନା ପାଟଦର୍ହା ଜଙ୍ଗଲରେ ଯବାନ-ମାଓବାଦୀ ଗୁଳି ବିନିମୟ ଘଟିଥିବା ଜଣାପଡ଼ିଛି । ଫଳରେ ଏଥିରେ ୩ ଜଣ ଯବାନ ସହିଦ୍ ହୋଇଥିବା ସୂଚନା ମିଳିଛି । ପୂର୍ବରୁ ପାଟଦର୍ହା ଜଙ୍ଗଲ ଭିତରେ ହେଉଥିବା କ୍ୟାମ୍ପକୁ ବିରୋଧ କରୁଥିଲେ ମାଓବାଦୀ । ଯାହାକୁ ନେଇ ହିଂସା ପରାୟଣ ହୋଇ ଏପରି କାଣ୍ଡ ଘଟାଇଛନ୍ତି ମାଓବାଦୀ ।






