ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଖଣ୍ଡଗିରି ତପୋବନ ବସ୍ତିରୁ ଧଳାଜହର ରାଣୀ, ମହିଳା ବ୍ରାଉନସୁଗର ବେପାରୀଙ୍କୁ ଗିରଫ କରିଛି ପୋଲିସ୍ । ସେମାନଙ୍କ ଠାରୁ ୧୧ ଗ୍ରାମ ବ୍ରାଉନସୁଗର ୭୧ ହଜାର ୫୯୦ ଟଙ୍କା ଜବତ କରାଯାଇଛି । ଦୀର୍ଘ ଦିନ ହେବ ଖଣ୍ଡଗିରି ତପୋବନ ବସ୍ତିରେ ରହି ଧଳାଜହର କାରବାର କରୁଥିଲା ଏହି କିଙ୍ଗ୍ପିନ୍ ରୀନା । ରୀନାକୁ ଧରିବାକୁ ଖଣ୍ଡଗିରି ଥାନା ପୋଲିସ ଜାଲ ବିଛାଇଥିଲା । ଆଜି ଖଣ୍ଡଗିରି ପୋଲିସ ଟିମ ଗ୍ରାହକ ବେଶରେ ଯାଇ ବ୍ରାଉନସୁଗର ବେପାରୀ ରୀନାକୁ ଧରିଥିଲେ । ଏହାପରେ ତା ଘରେ ଖୋଜାଖୋଜି କରିବାପରେ ୧୧ ଗ୍ରାମ ବ୍ରାଉନସୁଗର ଜବତ ହୋଇଥିଲା ।





