ସାନଖେମୁଣ୍ଡି, (ବାଘୁଆବାର୍ତ୍ତା): ବୋହୂର ଠେଙ୍ଗା ମାଡ଼ରେ ଶ୍ବଶୁର ମୃତ। ଗଞ୍ଜାମ ଜିଲ୍ଲା ଆସିକା ଥାନା କିଶୋରଚନ୍ଦ୍ର ପଲ୍ଲୀ ଗାଁରେ ଅଭାବନୀୟ ଘଟଣା । ମୃତ ଶ୍ବଶୁର ହେଲେ ୫୫ ବର୍ଷିୟ ସୀମାଞ୍ଚଳ ନାୟକ । ତେବେ ଏବେ ଯାଏଁ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଘରୋଇ କଳହରୁ ଏଭଳି ଘଟିଥିବା ସନ୍ଦେହ କରାଯାଉଛି । ଆସିକା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି । ବୋହୂକୁ ଅଟକ ରଖି ପଚରାଉଚାର କରୁଛି ପୋଲିସ ।





