ସୋନପୁର, (ବାଘୁଆବାର୍ତ୍ତା): ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ୍ ବେଳେ ଧରିଲା ଏସଟିଏଫ୍। ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ବଜ୍ରକାପ୍ତା ବିକ୍ରି ପାଇଁ ଡ଼ିଲ ସମୟରେ ଦୁଇ ଦଲାଲଙ୍କୁ ଧରିଛି STFl ଏଥିସହ ଜୀବନ୍ତ ବଜ୍ରକାପ୍ତାକୁ ଉଦ୍ଧାର କରି ବିନିକା ବନବିଭାଗ କାର୍ଯ୍ୟାଳୟକୁ ଅଣାଯାଇଛି । ଖବର ଅନୁଯାୟୀ, ଡୁଙ୍ଗୁରିପାଲି ଥାନା ସମ୍ମୁଖରେ ଶନିବାର ରାତି ପ୍ରାୟ ୯ଟା ସମୟରେ ବଜ୍ରକାପ୍ତାକୁ ବିକ୍ରି କରିବା ପାଇଁ ଡ଼ିଲ ହେଉଥିବା ବେଳେ ଏସଟିଫ ପଞ୍ଝା ରେ ଦୁଇଜଣ ଦଲାଲ ଧରାପଡ଼ିଛନ୍ତି । ଗିରଫ ଦୁଇ ଜଣ ହେଉଛନ୍ତି ବଲାଙ୍ଗୀର ଜିଲ୍ଲା ଲୋଇଁସିଂହା ଥାନା ଶଙ୍ଖୁଆ ଗାଁର ଅଶୋକ ବିଶୀ ଓ ଡୁଡୁକା ଗାଁର ଜୟକୁମାର ପଟେଲ । ବଜ୍ରକାପ୍ତାର ଓଜନ ୮ କେଜି ୯୦୦ ଗ୍ରାମ୍ । ବଜ୍ରକାପ୍ତାର ପ୍ରାଥମିକ ଚିକିତ୍ସା କରାଯାଇଛି । ବଲାଙ୍ଗୀର ଜିଲ୍ଲା ଲୋଇଁସିଂହା ଥାନା ଛେଳିଆ ଜଙ୍ଗଲରୁ ଶଙ୍ଖୁଆ ଗ୍ରାମର ଅଶୋକ ବିଶି ଏହାକୁ ଧରି ଆଣିଥିବା ଜଣାଯାଇଛି । ବଜ୍ରକାପ୍ତାଟିକୁ ଜଙ୍ଗଲରୁ ଧରିବା ପରେ ବିକ୍ରି ପାଇଁ ଦୁଇଜଣ ବ୍ୟକ୍ତି ଏକ ବସ୍ତାରେ ଧରି ଆସିଥିଲେ ।





