ଧର୍ମଗଡ, (ବାଘୁଆବାର୍ତ୍ତା): କଳାହାଣ୍ଡି ଜିଲ୍ଲା କୋକସରାରେ ଦିନକୁ ଦିନ ବଢ଼ି ଚାଲିଛି ଲଘୁ ଖଣିଜ ସମ୍ପଦର ଲୁଣ୍ଠନ । ମାଫିଆମାନେ ବେଆଇନ ଭାବେ ଲୁଟୁଛନ୍ତି ଲଘୁ ସମ୍ପଦ । ଆଜି ବେଆଇନ ଭାବେ ବାଲି ଏବଂ ପଥର ଚାଲାଣ ହେବା ବେଳେ କୋକସରା ଅତିରିକ୍ତ ତାସିଲଦାର ଅତର୍କିତ ଭାବେ ଚଢ଼ାଉ କରିଥିଲେ । ଏହି ସମୟରେ ୬ଟି ହାଇୱା ଏବଂ ୮ଟି ଟ୍ରାକ୍ଟରକୁ ଜବତ କରିଯାଇଛି । ଜବତ ଗାଡିମାନଙ୍କ ମାଲିକଙ୍କ ଠାରୁ ୧ ଲକ୍ଷ ୯୦ ହଜାର ଟଙ୍କା ଫାଇନ ଆଦାୟ କରାଯାଇଛି ।





