Friday, September 11, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବିନା ପରୀକ୍ଷାରେ ମେଡିକାଲ କଲେଜରେ ସିଟ୍‌ ଦେବା ନାଁରେ ୪୦ ଲକ୍ଷ ଟଙ୍କା ଠକେଇ

by ସଞ୍ଜୟ ସ୍ୱାଇଁ
August 19, 2021
in Crime, State
ବିନା ପରୀକ୍ଷାରେ ମେଡିକାଲ କଲେଜରେ ସିଟ୍‌ ଦେବା ନାଁରେ ୪୦ ଲକ୍ଷ ଟଙ୍କା ଠକେଇ
174
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ଓୟୁଏଟି ଓ ମେଡିକାଲ କଲେଜରେ ସିଟ୍‌ ଦେବା ନାଁରେ ଠକେଇ କରିଥିବା ସୁମିତ କୁମାର ବିଶ୍ୱାଳଙ୍କ ପେଡି ଖୋଲିବାରେ ଲାଗିଛି। ଲିଙ୍ଗରାଜ ଥାନା ପୁଲିସ୍‌ ହାତରେ ଦିନକୁ ଦିନ ବିସ୍ଫୋରକ ତଥ୍ୟ ଲାଗୁଛି । ପୁଲିସ୍‌ ଜାଣିବାକୁ ପାଇଛି ସୁମିତଙ୍କର ଅନ୍ୟ ଜଣେ ପ୍ରେମିକା ପଶ୍ଚିମବଙ୍ଗର କୁମାରୀ କୋମଲ୍‌ ୪୦ ଲକ୍ଷ ଟଙ୍କା ନେଇ ଫେରାର ହୋଇଯାଇଛନ୍ତି । ହେଲେ ପୁଲିସ୍‌ ସେ ଦିଗରେ ତଦନ୍ତ ନ କରି ଘଟଣାକୁ ଏଡାଇ ଚାଲିଛି । ପୁଲିସ୍‌ ଠାରୁ ମିଳିଥିବା ସୂଚନା ମୁତାବକ, କୋମଲ୍‌ ପଶ୍ଚିମବଙ୍ଗରୁ ଆସି ବାପୁଜୀ ନଗରରେ ଥିବା ଏକ ବାର୍‌ରେ ଡ୍ୟାନ୍ସ କରୁଥିଲେ । ସେଠାରେ ସୁମିତ ତାଙ୍କୁ ଦେଖିବା ପରେ ପ୍ରେମ ନିବେଦନ କରିଥିଲେ । ଏଥିରେ କୋମଲ ରାଜି ହୋଇଥିଲେ । ୨୦୨୦ରେ ପଟିଆ ଅଞ୍ଚଳରେ ଥିବା ଏକ ମେଡିକାଲ କଲେଜରେ ସିଟ୍‌ ଦେବାକୁ କହି ଜଣଙ୍କ ଠାରୁ ୩୩ ଲକ୍ଷ ଏବଂ ଅନ୍ୟ ଜଣଙ୍କ ଠାରୁ ୧୨ ଲକ୍ଷ ଟଙ୍କା ଆଣିଥିଲେ ସୁମିତ । ଉକ୍ତ ଟଙ୍କାରୁ ୪୦ ଲକ୍ଷ ଟଙ୍କା ସେ କୋମଲ୍‌ଙ୍କୁ ଦେଇଥିଲେ ରଖିବା ପାଇଁ । ହେଲେ ଯେତେବେଳେ ପୁଲିସ୍‌ ସୁମିତକୁଙ୍କୁ ଖୋଜିଥିଲେ ସେତେବେଳେ ଉକ୍ତ ଟଙ୍କା ନେଇ ଫେରାର ହୋଇଯାଇଥିଲେ କୋମଲ୍‌। ଏ ବିଷୟରେ ପୁଲିସ୍‌ ପାଖରେ ଖବର ଅଛି । ହେଲେ ପୁଲିସ୍‌ ଏହି ଘଟଣାରେ ଅଧିକ ତଦନ୍ତ କ’ଣ ପାଇଁ କରୁ ନାହିଁ ତାକୁ ନେଇ ଏବେ ଅନେକ ପ୍ରଶ୍ନ ଉଠିଛି । ସେପଟେ ଗତ ୨୦୧୭ରେ ସୁମିତ ବ୍ରହ୍ମେଶ୍ୱରପାଟଣାର ଜଣେ ବ୍ୟକ୍ତିଙ୍କ ପୁଅଙ୍କୁ ମେଡିକାଲ୍‌ ସିଟ୍‌ ଦେବାକୁ କହି ୧୭ ଲକ୍ଷ ଟଙ୍କା ଆଣିଥିଲେ । ହେଲେ ସିଟ୍‌ ଦେଇ ପାରିନଥିଲେ । ଏନେଇ ସେମାନେ ସୁମିତଙ୍କୁ ଯୋଗାଯୋଗ କରିବାକୁ ଟଙ୍କା ଫେରସ୍ଥ ପାଇଁ ପ୍ରତିଶ୍ରୁତି ଦେଇଥିଲେ । ହେଲେ ଟଙ୍କା ଫେରାଇ ପାରି ନଥିଲେ। ୧୭ ଲକ୍ଷ ଟଙ୍କା ଦେଇଥିବା ବ୍ୟକ୍ତି ଜାଣିବାକୁ ପାଇଥିଲେ ସିଟ୍‌ ପାଇଁ ସୁମିତ ନେଇଥବା ଟଙ୍କାରେ ଭର୍ନା କାର୍‌ କିଣିଛନ୍ତି । ସେ ବ୍ୟକ୍ତି ସୁମିତ ବିରୋଧରେ ଏତଲା ଦେବାକୁ ଯାଇଥିଲେ । ସେତେବେଳେ ପୁଲିସ୍‌ ତାଙ୍କୁ କହିଥିଲା, ମାମଲା ରୁଜୁ ହେଲେ ଟଙ୍କା ଫେରିବ ନାହିଁ । ବ୍ୟକ୍ତି ଜଣଙ୍କ କାନମୁଣ୍ଡ ଆଉଁସି ଘରକୁ ଫେରିଥିଲେ । ତେବେ ସୁମିତଙ୍କୁ ପାନେ ଦେବାକୁ ସେ ଯୋଜନା କରି ସୁମିତଙ୍କୁ ଭେଟିବା ପାଇଁ ଡାକିଥିଲେ । ସୁମିତ କାର୍‌ ନେଇ ବ୍ରହ୍ମେଶ୍ୱରପାଟଣାରେ ପହଞ୍ଚିଥିଲେ । ଉକ୍ତ କାର୍‌କୁ ପେଟ୍ରୋଲ୍‌ ଢାଳି ନିଆଁ ଲାଗାଇ ଦେଇଥିଲେ । ଦମକଳ ପହଞ୍ଚିଲା ବେଳକୁ କାର୍‌ଟି ସମ୍ପୂର୍ଣ୍ଣ ପୋଡି ପାଉଁଶ ହୋଇ ଯାଇଥିଲା । ହେଲେ ସୁମିତ ଏନେଇ ଥାନାରେ ଏତଲା ଦେଇ ନଥିଲେ ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!