ଖୋର୍ଦ୍ଧା, (ବାଘୁଆବାର୍ତ୍ତା): ଯୁବକଙ୍କୁ ନିର୍ମମ ଭାବେ ଗଳାକାଟି ହତ୍ୟା। ହତ୍ୟା ପରେ ଖୋର୍ଦ୍ଧା ଆଦର୍ଶ ଥାନା ଅନ୍ତର୍ଗତ ନିଆଳ ଗ୍ରାମ ନିକଟରେ ଥିବା ପଥର ଖଣିରେ ମୃତଦେହକୁ ଅଖାରେ ବାନ୍ଧି ଫିଙ୍ଗିଦେଲେ। ମୃତଦେହକୁ ଜବତ କରିବାସହ ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଖୋର୍ଦ୍ଧା ଆଦର୍ଶ ଥାନା ପୋଲିସ ଗିରଫ କରିଛି ।ମୃତ ଯୁବକ ଜଣକ କେରଙ୍ଗ ଗ୍ରାମର ଅତ୍ତାଉଲ୍ଲା ଖାଁ। କେରଙ୍ଗ ଗ୍ରାମର ଅତ୍ତାଉଲ୍ଲା ଖାଁଙ୍କୁ ଗ୍ରାମରୁ ଡାକି ନେଇ ନିର୍ମମ ଭାବେ ଗଳାକାଟି ହତ୍ୟା କରିବା ପରେ ଜରି ଅଖାରେ ମୃତଦେହକୁ ଭର୍ତ୍ତି କରି ପଥର ଖଣିରେ ଫିଙ୍ଗି ଦେଇଥିଲେ । ଶୁକ୍ରବାର ରାତି ପ୍ରାୟ ୧୦ ଟାରେ ଖୋର୍ଦ୍ଧା ନିକଟସ୍ଥ ନିଆଳ ଗ୍ରାମର ପଥର ଖଣିରେ ଶବ ଭାସୁଥିବାର ଲୋକେ ଦେଖି ପୋଲିସ କୁ ଖବର ଦେଇଥିଲେ। ପରେ ଘଟଣା ସ୍ଥଳରେ ଖୋର୍ଦ୍ଧା ଏସ୍ପିଙ୍କ ସମେତ ଆଦର୍ଶ ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା। ହତ୍ୟାକାଣ୍ଡ ରେ ବ୍ୟବହାର ହୋଇଥିବା ଛୁରୀ ଆଦି ମାରଣାସ୍ତ୍ର କୁ ଜବତ କରି ଜଣେ ମହିଳାଙ୍କ ସମେତ ୪ ଜଣଙ୍କୁ ଆଦର୍ଶ ଥାନା ପୋଲିସ ଗିରଫ କରିଥିବା ଖୋର୍ଦ୍ଧା ଏସପି ସୂଚନା ଦେଇଛନ୍ତି। ତେବେ ଏ ହତ୍ୟାକାଣ୍ଡ ପଛରେ କଣ ରହିଛି ପ୍ରକୃତ କାରଣ ଏବଂ ଏଥିରେ ଗିରଫ ୪ ଜଣଙ୍କ ଛଡା ଅନ୍ୟ କେହି ସଂପୃକ୍ତ ଅଛି ଏ ନେଇ ପୋଲିସ ର ତଦନ୍ତ ଜାରି ରହିଛି। ଅତ୍ତାଉଲ୍ଲା ଖାଁ ଦୁଇ ଦିନ ତଳେ ନିଖୋଜ ଥିଲେ। ତାଙ୍କୁ କେରଙ୍ଗ ଗ୍ରାମର ଜଣେ ଯୁବକ ଗୁରୁବାର ସଂନ୍ଧ୍ୟା ରେ ଡାକି ନେଇଥିବା ମୃତକଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି। ପରକିଆ ପ୍ରିତି କୁ ନେଇ ଅତ୍ତାଉଲ୍ଲାଙ୍କୁ ହତ୍ୟା କରାଯାଇଥିବା ସୂଚନା ମିଳିଛି।





