Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଲା ଜଘନ୍ୟ କାଣ୍ଡ

by ସଞ୍ଜୟ ସ୍ୱାଇଁ
June 18, 2022
in Crime, State
ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଲା ଜଘନ୍ୟ କାଣ୍ଡ
61
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ଦାମ୍ପତ୍ୟ ଜୀବନକୁ ଛାରଖାର କରିଦେଲା ସନ୍ଦେହ ରୂପି କଳା ବାଦଳ। ଯାହାକୁ ସବୁ ବିପତ୍ତିରୁ ରକ୍ଷା କରିବାକୁ ଅଗ୍ନିକୁ ସାକ୍ଷୀ ରଖି କଥା ଦେଇଥିଲା ସ୍ୱାମୀ, ସାମାନ୍ୟ କଥାରେ ତାକୁ ମରଣାତ୍ମକ ଆକ୍ରମଣ କରିବାକୁ ପଛାଇଲା ନାହିଁ । ସ୍ତ୍ରୀ ଚରିତ୍ରକୁ ସନ୍ଦେହ କରି ସ୍ୱାମୀ ଘଟାଇଲା ଜଘନ୍ୟ କାଣ୍ଡ । ଶୋଇଥିବା ଅବସ୍ଥାରେ ସ୍ତ୍ରୀ ବେକକୁ କଲା ଛୁରାମାଡ଼ । ମହିଳାଜଣକ ଏବେ ମରଣମୁହଁରେ ପଡ଼ିଥିବା ବେଳେ ଫେରାର ମାରିଛି ସ୍ୱାମୀ। ଏପରି ଅଭାବନୀୟ ଘଟଣା ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବାହାବଲ ଗାଁରେ ଘଟିଛି। ଗତ ୧୨ ବର୍ଷ ତଲେ କାନୁଟ ଗାଁର ସୁଧିର ବାଗ, ବାହାବଲ ଗାଁର ହେମ ବାଗଙ୍କୁ ବାହା ହୋଇଥିଲେ । ସେମାନଙ୍କର ଦୁଇଟି ଝିଅ ଅଛନ୍ତି । ଉଭୟଙ୍କ ସୁଖର ସଂସାର ହସଖୁସିରେ ଚାଲିଥିଲା । କିନ୍ତୁ ଧୀରେ ଧୀରେ ନିଜ ସ୍ତ୍ରୀଙ୍କ ଚରିତ୍ରକୁ ସନ୍ଦେହ କରିବାକୁ ଲାଗିଲେ ସୁଧିର । ଗତ ୧୩ ତାରିଖରେ ହେମ ନିଜ ଗାଁର ଜଣେ ପିଲା ସହିତ ଭିଡିଓ କଲ୍‌ରେ କଥା ହେଉଥିଲେ। ସୁଧିର ଏହା ଦେଖି ଦେବା ସହ ଉକ୍ତ ପିଲା ସହ ହେମଙ୍କର ଅନୈତିକ ସଂପର୍କ ଥିବା ସନ୍ଦେହ କରିଥିଲେ । ଏଥିରେ ଉତ୍ତ୍ୟକ୍ତ ହୋଇ ସେ ହେମଙ୍କୁ ପ୍ରବଳ ପିଟିଥିଲେ। ପ୍ରାଣ ବିକଳରେ ହେମ ନିଜ ବାପ ଘର ବାହାବଲକୁ ଚାଲିଯାଇଥିଲେ। ଏତିକିରେ ସୁଧିରଙ୍କ ରାଗ ଶାନ୍ତ ହୋଇ ନ ଥିଲା । ଗତକାଲି ବିଳମ୍ୱିତ ରାତିରେ ସୁଧିର ଶ୍ୱଶୁର ଘର ବାହାବଲରେ ପହଞ୍ଚି ଯାଇଥିଲେ। ସେଠାରେ ସେ ନିଜ ସ୍ତ୍ରୀକୁ ହତ୍ୟା କରିବା ପାଇଁ ଉଦ୍ୟମ କରିଥିଲେ। ହେମ ଶୋଇଥିବା ସମୟରେ ଛୁରୀ ସାହାଯ୍ୟରେ ତାଙ୍କ ବେକକୁ କାଟି ଦେଇଥିଲା ସୁଧିର । ହେମଙ୍କ ପାଟି ଶୁଣି ତାଙ୍କ ଘର ଲୋକେ ଉଠି ପଡ଼ିବାରୁ ଫେରାର ହୋଇ ଯାଇଥିଲେ ସୁଧିର। ବାପ ଘର ଲୋକେ ଗୁରୁତର ଅବସ୍ଥାରେ ହେମକୁ ପ୍ରଥମେ କଣ୍ଟାବାଞ୍ଜି ହସପିଟାଲ ‌ଓ ପରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି। ହେମଙ୍କ ବେକରେ ଗଭୀର ଆଘାତ ଲାଗିଛି । ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡ଼ିଛି। ଏହି ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇ ନାହିଁ। ସେପଟେ ହେମ ଯେଉଁ ପିଲା ସହିତ କଥା ହେଉଥିଲେ, ତା ସହିତ କୌଣସି ଖରାପ ସଂପର୍କ ନଥିବା କହିଛନ୍ତି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!