Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଜମିବାଡ଼ି ବିବାଦକୁ ନେଇ ଭାଇକୁ ଗୁଳି ମାରିଲା ଭାଇ

by ସଞ୍ଜୟ ସ୍ୱାଇଁ
June 16, 2022
in Crime, State
ଜମିବାଡ଼ି ବିବାଦକୁ ନେଇ ଭାଇକୁ ଗୁଳି ମାରିଲା ଭାଇ
34
VIEWS
Share on FacebookShare on Twitter

ଖଲ୍ଲିକୋଟ, (ବାଘୁଆବାର୍ତ୍ତା): ଜମିବାଡ଼ି ବିବାଦକୁ ନେଇ ଦିନ ଦ୍ୱିପ୍ରହରେ ଫୁଟିଲା ଗୁଳି। ଭାଇକୁ ଗୁଳି ମାରିଲା ଭାଇ। ଗଞ୍ଜାମ ଜିଲ୍ଲା ଖଲ୍ଲିକୋଟ ଥାନା ଅନ୍ତର୍ଗତ ଭିକାପଡ଼ା ଗାଁରେ ଘଟିଛି ଏହି ଘଟଣା। ଗୁଳିମାଡ଼ରେ ଗୁରୁତର ଆହତ ହୋଇଥିବା ଯୁବକଙ୍କ ନାଁ ବୀରେନ ଦଳେଇ (୨୩)। ଅଭିଯୁକ୍ତର ନାଁ ସୁରଥ ଦଳେଇ ଓରଫ ବାବୁ। ବାବୁ ହେଉଛି ବୀରେନଙ୍କ ଦାଦାପୁଅ ଭାଇ। ବାବୁ ବୟସରେ ବୀରେନ ଠାରୁ ବଡ଼। ଆଜି ଦିନ ପ୍ରାୟ ୨ଟା ବେଳେ ଏହି ଘଟଣା ଘଟିଥିଲା। ବୀରେନ ଘରେ ଶୋଇଥିବା ବେଳେ ବାବୁ ତାଙ୍କ ଉପରକୁ ଗୁଳି କରିଥିଲା। ବୀରେନଙ୍କ ଶରୀରରେ ୪ଟି ଗୁଳି ବାଜିଥିଲା। ଦୁଇଟି ହାତରେ ବାଜିଥିବା ବେଳେ ଗୋଟିଏ ଛାତିରେ ଓ ଗୋଟିଏ ଜଙ୍ଘରେ ବାଜିଥିଲା। ବୀରେନଙ୍କୁ ସଙ୍ଗେ ସଙ୍ଗେ ଖଲ୍ଲିକୋଟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ତାଙ୍କ ହାତରେ ବାଜିଥିବା ଦୁଇଟି ଗୁଳିକୁ ସେଠାରେ ବାହାର କରାଯାଇଥିଲା। ତା’ପରେ ତାଙ୍କୁ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ଶେଷ ଖବର ମିଳିବା ସୁଦ୍ଧା ବୀରେନଙ୍କ ଅବସ୍ଥା ସ୍ଥିର ରହିଛି। ଏହି କାଣ୍ଡ ଘଟାଇ ସୁରଥ ଦଳେଇ ଓରଫ ବାବୁ ଫେରାର ହୋଇଯାଇଥିବା ବେଳେ ପୁଲିସ୍ ତା’ ବାପାମା’ଙ୍କୁ ଅଟକ ରଖିଛି ଏବଂ ଘଟଣାର ତଦନ୍ତ କରୁଛି। ବାବୁ ନାଁରେ ପୂର୍ବରୁ ଅପରାଧିକ ମାମଲା ରହିଥିବା ପୁଲିସ୍ ସୂତ୍ରରୁ ଜଣାପଡ଼ିଛି। ସୂଚନା ଅନୁଯାୟୀ, ବୀରେନଙ୍କ ବାପା ଓ ବାବୁଙ୍କ ବାପାଙ୍କ ମଧ୍ୟରେ ବର୍ଷେ ହେଲାଣି ଜମି ଭାଗବଣ୍ଟାକୁ ନେଇ ବିବାଦ ଲାଗି ରହିଛି। ଏ ଭିତରେ ଉଭୟ ପରିବାର ମଧ୍ୟରେ ଅନେକ ଥର କଳିଝଗଡ଼ା ହୋଇଛି। ଏହି ବିବାଦକୁ ନେଇ ରାଗ ରଖି ଆଜି ବୀରେନଙ୍କୁ ଗୁଳି କରିଛି ବାବୁ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!