ବ୍ରହ୍ମପୁର, (ବାଘୁଆବାର୍ତ୍ତା): ଗଞ୍ଜାମର ଗୋଳନ୍ଥରା ନିକଟରେ ବଡ଼ଧରଣର ଲୁଟ୍ ହୋଇଛି। ଡ୍ରାଇଭରକୁ ନିଶା ଦେଇ ଟଙ୍କା ଗାଡ଼ି ଅପହରଣ କରାଯାଇଛି । ଇଞଗରେ ଟଙ୍କା ଭରିବାକୁ ନିୟୋଜିତ ଗାଡ଼ି ଅପହରଣ ହୋଇଛି। ଗାଡ଼ିକୁ ଠାବ କରିଛି ପୁଲିସ। ୨୪ ଲକ୍ଷ ଟଙ୍କା ଗାଏବ ହୋଇଛି। ସୂଚନା ଅନୁଯାୟୀ, ଆଜି ସକାଳେ ଇଞଗରେ ଟଙ୍କା ଭରିବାକୁ ଇଏଝ ସଂସ୍ଥା ଗାଡ଼ି ବାହାରିଥିଲା। ଗାଡ଼ିରେ ୨୬ ଲକ୍ଷ ଥିଲା। ଡ୍ରାଇଭର ସହ ୪ କର୍ମଚାରୀ ଥିଲେ। ଗୋଟିଏ ଇଞଗରେ ୨ ଲକ୍ଷ ଲୋଡ୍ କରି ଅନ୍ୟ ଇଞଗକୁ ଯାଉଥିଲେ। ୩ ଜଣ ଇଞଗ ଭିତରକୁ ଯାଇଥିବା ବେଳେ ଗାଡ଼ିରେ ଡ୍ରାଇଭର ଥିଲେ। କିଛି ସମୟ ପରେ ଡ୍ରାଇଭର ଓ ଗାଡ଼ି ନଥିବା ଦେଖିଥିଲେ ୩ କର୍ମଚାରୀ। ଥାନାରେ ଖବର ପରେ ପୁଲିସ ଗୋଳନ୍ଥରାରୁ ଗାଡ଼ି ଠାବ କରିଥିଲା। ଗାଡ଼ିରେ ଡ୍ରାଇଭର ଅଚେତ ପଡ଼ିଥିଲେ ବି ସମସ୍ତ ଟଙ୍କା ଗାଏବ ହୋଇଯାଇଛି। ଅଚେତ ଥିବା ଡ୍ରାଇଭର ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ପୁଲିସର ତନାଘନା ଜାରି ରହିଛି।