ମାଲକାନଗିରି, (ବାଘୁଆବାର୍ତ୍ତା): ଲକ୍ଷାଧିକ ଟଙ୍କାର ମୂଲ୍ୟବାନ ଶାଗୁଆନ କାଠ ଜବତ। ମାଲକାନଗିରି ଜିଲ୍ଲା ଏମ.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରୁ ଏହି ଶାଗୁଆନ କାଠ ଜବତ ହୋଇଛି। ଅଭିଯୁକ୍ତଙ୍କୁ ବନ ବିଭାଗ ଗିରଫ କରିଛି। ସୂଚନାନୁଯାୟୀ, ଏମ.ଭି.୧୯ ଗ୍ରାମର ବଳରାମ ହିଆଲଙ୍କ ଘରେ ଚୋରା କାଠ ରହିଥିବା ନେଇ ବନ ବିଭାଗକୁ ସୂଚନା ମିଳିଥିଲା । ଏହାପରେ ମାଲକାନଗିରି ଡି.ଏଫ.ଓଙ୍କ ନିର୍ଦ୍ଦେଶ କ୍ରମେ ମାଲକାନଗିରି ବନାଞ୍ଚଳ ଅଧିକାରୀ ଜଗନ୍ନାଥ ବିଷୋୟୀଙ୍କ ନେତୃତ୍ଵରେ ବନ ବିଭାଗର ଏକ ସ୍ଵତନ୍ତ୍ର ଟିମ୍ ଏମ.ଭି.୧୯ ଗାଁର ବଳରାମ ହିଆଲଙ୍କ ଘରେ ଅଚାନକ ଚଢାଉ କରିଛି। ଏହି ସମୟରେ ବଳରାମଙ୍କ ଘରୁ ୨ ଲକ୍ଷ ଟଙ୍କାରୁ ଉର୍ଦ୍ଧ୍ଵ ଶାଗୁଆନ, ପିଆଶାଳ ଏବଂ ଜାମୁକୋଳି କାଠ ପଟା ଜବତ ହୋଇଛି। ଏହି କାଠ ପଟା ସବୁକୁ ବଳରାମ ଘର ପଛପଟେ ଏକ ଭଙ୍ଗା ଘରେ ଲୁଚାଇ ରଖିଥିଲେ।





