ଚଣ୍ଡିଖୋଲ, (ବାଘୁଆବାର୍ତ୍ତା): ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ୟ୍ୟାଳୟରେ ଆୟକର ଚଢାଉ । ଯାଜପୁର ଜିଲ୍ଳା ଜାରକା ପଣ୍ଡୁଆ ଶିଳ୍ପାଞ୍ଚଳରେ ଥିବା ଏକ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ୟ୍ୟାଳୟରେ ଆୟକର ବିଭାଗ ପକ୍ଷରୁ ଚଢାଉ କରାଯାଇଛି । ଦୀର୍ଘ ଦିନ ଧରି ଏହି ସ୍ଥାନରେ ଘରୋଇ ଟ୍ରାନ୍ସପୋର୍ଟ କମ୍ପାନୀ କାର୍ୟ୍ୟାଳୟଟି ରହିଥିଲା । ଏହି ଟ୍ରାନ୍ସପୋର୍ଟ କମ୍ପାନୀ ବିଭିନ୍ନ ଖଣିଜ ପଦାର୍ଥ ପରିବହନ କରିଥାଏ । ତେବେ ଗୁରୁବାର ଅଚାନକ ଆୟକର ବିଭାଗ ପକ୍ଷରୁ ଟ୍ରାନ୍ସପୋର୍ଟ ଅଫିସରେ ଚଢ଼ାଉ କରାଯାଇଛି । ବରିଷ୍ଠ ପୋଲିସ ଅଧିକାରୀ ଓ ପୋଲିସ ଫୋର୍ସ ଏହି ଚଢ଼ାଉରେ ସାମିଲ ଅଛନ୍ତି । ଏହି ଚଢ଼ାଉରେ ଆୟକର ବିଭାଗର ବରିଷ୍ଠ ଅଧିକାରୀ ଉପସ୍ଥିତ ଅଛନ୍ତି । ତେବେ କେଉଁ କାରଣରୁ ଆୟକର ବିଭାଗ ଚଢ଼ାଉ କରିଛି ସେନେଇ ବିଭାଗ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ଦିଆଯାଇନାହିଁ ।





