Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ହରିଶଙ୍କର ପୀଠରେ ୨ ଗୋଷ୍ଠୀ ମଧ୍ୟରେ ଲାଠିମାଡ, ଦୁଇ ଗୁରୁତର, ୬ ଗିରଫ

by ସଞ୍ଜୟ ସ୍ୱାଇଁ
June 15, 2022
in Crime, State
ହରିଶଙ୍କର ପୀଠରେ ୨ ଗୋଷ୍ଠୀ ମଧ୍ୟରେ ଲାଠିମାଡ, ଦୁଇ ଗୁରୁତର, ୬ ଗିରଫ
59
VIEWS
Share on FacebookShare on Twitter

ପାଟଣାଗଡ, (ବାଘୁଆବାର୍ତ୍ତା): ବଲାଙ୍ଗିର ହରିଶଙ୍କରେ ଶୈବପୀଠରେ ଦୁଇ ଗୋଷ୍ଠୀ ମଧ୍ୟରେ ତୁମୂଳକାଣ୍ଡ । ଲାଠି ମାଡରେ ଦୁଇ ଜଣ ଗୁରୁତର ହୋଇଛନ୍ତି । ଜଣଙ୍କୁ ପାଟଣାଗଡ ଡାକ୍ତରଖାନାରେ ଚିକିତ୍ସିତ କରାଯାଉଥିବା ବେଳେ ଅନ୍ୟ ଜଣେ ବଲାଙ୍ଗିର ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଖପ୍ରାଖୋଲ ଥାନା ପୋଲିସ ଦୁଇ ଗୋଷ୍ଠୀରୁ ୬ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ସୂଚନାଯୋଗ୍ୟ ଯେ, ବଲାଙ୍ଗିର ଜିଲ୍ଲା ଖପ୍ରାଖୋଲ ବ୍ଲକ୍ ପ୍ରସିଦ୍ଧ ହରିଶଙ୍କର ପୀଠର ପାପନାସିନୀ ଝରଣାରେ କିଛି ଅସାମାଜିକ ପର୍ୟ୍ୟଟକ ଗାଧୋଇବା ସମୟରେ ସେଠାରେ ବସି ମଦ ପିଉଥିଲେ । ମନ୍ଦିର କମିଟି ବାରଣ କରିବାରୁ ସେମାନଙ୍କ ମଧ୍ୟରେ ବଚସା ହୋଇଥିଲା । ବଚସା ଏତେ ତୀବ୍ର ରୂପ ନେଇଥିଲା ଯେ ଉଭୟଙ୍କ ମଧ୍ୟରେ ଲାଠିମାଡ ହୋଇଥିଲା । ହରିଶଙ୍କ ପୀଠରେ ପର୍ୟ୍ୟଟକମାନଙ୍କ ସୁରକ୍ଷା ଦୃଷ୍ଟିରୁ ପାପନାସିନୀ ଝରଣାରେ ମହିଳା ଏବଂ ପୁରୁଷ ପୋଲିସ ସୁରକ୍ଷା ପାଇଁ ରଖାଯାଏ । କିନ୍ତୁ ସେହି ସମୟରେ ପୋଲିସ ଉପସ୍ଥିତି ନଥିଲେ । ପୋଲିସ ଉପସ୍ଥିତି ଥିଲେ ଏପରି ଅପ୍ରୀତିକର ପରିସ୍ଥିତି ଦେଖିବାକୁ ମିଳିନଥାନ୍ତି । ପରେ ଦୁଇ ଗୋଷ୍ଠୀ ପକ୍ଷରୁ ଖପ୍ରାଖୋଲ ଥାନାରେ ଲିଖିତି ଅଭିଯୋଗ ହୋଇଥିଲା । ଖପ୍ରାଖୋଲ ପୋଲିସ ତଦନ୍ତ କରି ଉଭୟ ପକ୍ଷର ୬ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିବା ଜଣାପଡିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!