ସୁନ୍ଦରଗଡ଼, (ବାଘୁଆବାର୍ତ୍ତା): ଲାଞ୍ଚ ନେବାବେଳେ ସିବିଆଇ ହାତରେ ଧରାପଡ଼ିଲେ ପୋଷ୍ଟାଲ ଇନ୍ସପେକ୍ଟର। ନିଜ ଅଧିନସ୍ଥ କର୍ମଚାରୀଙ୍କ ୬ ମାସର ବକେୟା ଦରମା ବିଲ କରିଦେବା ପାଇଁ ସେ ଲାଞ୍ଚ ନେଉଥିଲେ। ଧରାପଡ଼ିଥିବା ଏହି ଅଧିକାରୀ ଜଣକ ସୁନ୍ଦରଗଡ଼ ମୁଖ୍ୟ ପୋଷ୍ଟ ଅଫିସର ପୋଷ୍ଟାଲ୍ ଇନ୍ସପେକ୍ଟର ଉଜ୍ଜଳ କୁମାର। ଆଜି ସେ ୫୦୦୦ ହଜାର ଟଙ୍କା ଲାଞ୍ଚ ନେଲା ବେଳେ ଧରିଛି ସିବିଆଇ। ଭୁବନେଶ୍ୱରରୁ ଆସିଥିବା ସିବିଆଇ ଟିମ ଚଢ଼ଉ କରି ଏହି ଲାଞ୍ଚୁଆ ଅଧିକାରୀଙ୍କୁ ଧରିଛି। ପରେ ଏହି ଲାଞ୍ଚୁଆ ଅଧିକାରୀଙ୍କୁ ଅଟକ ରଖିବା ସହ ତାଙ୍କ ସୁନ୍ଦରଗଡ଼ ସ୍ଥିତ ଭଡା ଘରେ ତଲାସି ଅଭିଯାନ ଜାରି ରଖିଛି। ଏହି ଅଧିକାରୀଙ୍କୁ ଗିରଫ କରିବା ପୂର୍ବରୁ ତାଙ୍କ ସମ୍ପତ୍ତି ଓ ବ୍ୟକ୍ତିଗତ ତଥ୍ୟ ହାସଲ ନିମନ୍ତେ ସିବିଆଇ ଏହି ତଲାସି ଜାରି ରହିଥିବା ଜଣାପଡ଼ିଛି।





