ପୁରୁଷୋତ୍ତମପୁର, (ବାଘୁଆବାର୍ତ୍ତା): ଗଞ୍ଜାମ ଜିଲ୍ଲା ବେଗୁନିଆପଡା ଜଗତ ସାହିରେ ଜଘନ୍ୟ ହତ୍ୟାକାଣ୍ଡ । ସାନ ଭାଇର କାତି ଚୋଟରେ ବଡ ଭାଇଙ୍କ ମୃତ୍ୟୁ । ମୃତକ ହେଲେ କିଶୋର ପାଣିଗ୍ରାହୀ। ବୁଧବାର ସକାଳୁ କୌଣସି କାରଣକୁ ନେଇ ଦୁଇ ଭାଇଙ୍କ ମଧ୍ୟରେ କଳହ ସୃଷ୍ଟି ହୋଇଥିଲା । ପରେ ଭାଇ ରାଧାଶ୍ୟାମ ପାଣିଗ୍ରାହୀଙ୍କ କାତି ଚୋଟରେ ବଡ ଭାଇ କିଶୋର ପାଣିଗ୍ରାହୀ ଗୁରୁତର ହୋଇଥିଲେ । ତାଙ୍କୁ ପରିବାର ଲୋକ ଚିକିତ୍ସା ନିମନ୍ତେ କୋଦଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି । ଅନ୍ୟପଟେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଥିବା ବେଳେ ଖବର ପାଇ କୋଦୋଳା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଅଭିଯୁକ୍ତ ଫେରାର ହୋଇଯାଇଥିବା ସୂଚନା ମିଳିଛି ।