Sunday, November 29, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଚୋରି, ଡକାୟତି, ଠକେଇ ରାଜହାନୀ ମାମଲାରେ ଆସାମୀ ଗିରଫ: ମୁଖ୍ୟ ଆସାମୀ ରିମାଣ୍ଡରରେ ଆସିବେ

by ସଞ୍ଜୟ ସ୍ୱାଇଁ
June 12, 2022
in Crime, Nayagarh, State
ଚୋରି, ଡକାୟତି, ଠକେଇ ରାଜହାନୀ  ମାମଲାରେ ଆସାମୀ ଗିରଫ: ମୁଖ୍ୟ ଆସାମୀ ରିମାଣ୍ଡରରେ ଆସିବେ
820
VIEWS
Share on FacebookShare on Twitter

ନୟାଗଡ଼, (ବାଘୁଆବାର୍ତ୍ତା): ନୟାଗଡ଼ ଥାନା ଓ ଇଟାମାଟି ଥାନାକୁ ମିଳିଛି ବଡ଼ ସଫଳତା । ବିଭିନ୍ନ ମାମଲାରେ ଚୋରି, ଡକାୟତି, ଠକେଇ ଓ ରାଜହାନୀ ଘଟାଉଥିବା ଘଟଣାରେ ପୁଲିସ ଗିରଫ କରିଛି । ଆଜି ଏ ସମ୍ବନ୍ଧରେ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଅଲେଖ ପହି ଖବର ଦାତା ସମ୍ମିଳନି କରି ସମସ୍ତ ଘଟଣାର ଆଲୋକପାତ କରିଛନ୍ତି । ସୁଚନା ଅନୁସାରେ ନନ୍ଦନକାନନ ଥାନା ର କୈଳାଶ ଭୋଇଙ୍କ ପୁତ୍ର ଦୀପକ ଭୋଇ ନିଜକୁ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର କର୍ମଚାରୀ କହି ଆବାସ ଯୋଜନା ସହ ବିଭିନ୍ନ କାର୍ଯ୍ୟକରିବା ପାଇଁ ୨୦ ରୁ ୩୦ ହଜାର ଟଙ୍କା ପର୍ଯ୍ୟନ୍ତ ଲାଞ୍ଚ ନେଇ ଆସୁଥିଲେ । ଏଥି ସହିତ ଟଙ୍କା ଦିଅ ନଚେତ ସୁନା ଗହଣା ଦିଅ ବୋଲି ମାଗୁଥିଲେ । ତାଙ୍କ ଠାରୁ ସୁନା ଚେନ, ସୁନା ନେକଲେସ, ସୁନା ରିଙ୍ଗ ଓ ଏକ ବାଇକ ଜବତ କରାଯାଇଛି । ସେହିପରି ଭାବେ ନୟାଗଡ଼ ଥାନା ପକ୍ଷରୁ କୌଣସି ସୁତ୍ରରୁ ଖବର ପାଇ ସବ ଇନିସପେକ୍ଟର ସନ୍ତୋଷ କୁମାର ଦାସ ଙ୍କ ନେତୃତ୍ୱରେ ପୋଲସରା ଥାନା ଅନ୍ତର୍ଗତ ଚିରଞ୍ଜିବୀ ସେଠି ଓ ହିଂମାଶୁ ସେଠି କି ଗିରଫ କରାଯାଇଛି । ୭ ଜଣ ମିଶି ଡକାୟତି ଓ ଅପରାଧିକ ମାମଲାରେ ସ୍ଳଶିଷ୍ଟ ଥିଲେ । ସେମାନଙ୍କ ଠାରୁ ଏକ ଆପାଚି ଗାଡ଼ି ଓ ପଲସର ଗାଡ଼ି ଜବତ କରାଯାଇଛି ।

ସେହିପରି ଭାବେ ନୟାଗଡ଼ ଟାଉନ ଥାନା ପକ୍ଷରୁ ୮୯/୨୦୨୨ ରେ ଏକ ମାମଲା ରୁଜ କରାଯାଇ ଲେଙ୍କୁଡ଼ିପଡାରେ ସନ୍ଧ୍ୟା ସମୟରେ ପେଟ୍ରୋଲିଂ କରାଯାଉଥିବା ବେଳେ ଭଞ୍ଜନଗର ର କୁଲାର ଗ୍ରାମର ଟୁକୁନା ସ୍ୱାଇଁଙ୍କୁ ଗିରଫ କରାଯାଇଛି । ପେଟ୍ରୋଲିଂ ସମୟରେ ନୟାଗଡ଼ ଥାନା ସବ ଇନିସପେକ୍ଟର ପ୍ରିତି ପ୍ରକାଶ ମହାନ୍ତି ଉକ୍ତ ବ୍ୟକ୍ତିଠାରୁ ଏକ ହାତ ତିଆରି ବନ୍ଧୁକ ସହ କଳା ପଲସର ଜବତ କରାଯାଇଛି । ଏ ସମ୍ବନ୍ଧରେ ଆଜି ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ସୁଚନା ଦେଇଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ ନୟାଗଡ଼ ଟାଉନ ଥାନା ଆଇଆଇସି ପ୍ରଜ୍ଞାପାରମିତା ଜେନା, ସବ ଇନିସପେକ୍ଟର ଧର୍ମେନ୍ଦ୍ର ସିଆଳ, ପ୍ରିତି ପ୍ରକାଶ ମହାନ୍ତି, ଇଟାମାଟି ଆଇଆଇସି ଓ ସ୍ୱତନ୍ତ୍ର ସ୍କ୍ୱାର୍ଡର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ । ଏଥି ନିମନ୍ତେ ନୟାଗଡ଼ ଇଟାମାଟି ସମେତ ତିନିଗୋଟି ମାମଲା ରୁଜ କରାଯାଇଛି । ଟୁକୁନା ସ୍ୱାଇଁଙ୍କୁ ରିମାଣ୍ଡରରେ ଅଣାଯିବ ବୋଲି ସୁଚନା ମିଳିଛି ।

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

ଏମ୍‌ଏମ୍‌ଡିଆର୍ ପ୍ରସଙ୍ଗ ; ରାଜ୍ୟ ସ୍ୱାର୍ଥ ଅପେକ୍ଷା ବିଜେପି ସ୍ୱାର୍ଥକୁ ସୁରକ୍ଷା

August 30, 2026
ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

ଛାତ୍ର ସଂଗଠନକୁ ଗୁରୁମନ୍ତ୍ର ଦେଲେ ଅରୁଣ

August 30, 2026
ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଜିଲ୍ଲାସ୍ତରୀୟ ୧୨ତମ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

June 22, 2026
ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

ବିଶ୍ୱ ଶିଶୁ ଶ୍ରମ ନିଷେଧ ଦିବସ

June 12, 2026
ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

ନୟାଗଡ଼ ରୋଟାରୀ କ୍ଲବ ପରିଦର୍ଶନ କଲେ ଜିଲ୍ଲା ଗଭର୍ଣ୍ଣର

June 7, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!