କଳାହାଣ୍ଡି,(ବାଘୁଆବାର୍ତ୍ତା): ବେଆଇନ ଭାବେ ଘରେ ଗଚ୍ଛିତ ରଖିଥିବା ଶାଳ କାଠ ଜବତ କରିଛି ବନ ବିଭାଗ । କଳାହାଣ୍ଡି ଜିଲ୍ଲା ନର୍ଲା ରେଞ୍ଜ ଅନ୍ତର୍ଗତ ବାଲସିଙ୍ଗା ଗାଁ ର ବୈଷ୍ଣବ ବାହୁକ ନିଜ ଘରେ ଶାଳ କାଠ ରଖିଥିଲେ । ବିଶେଷ ସୂତ୍ରରୁ ଖବର ପାଇ ନର୍ଲା ଓ ମ. ରାମପୁର ବନ ବିଭାଗ କର୍ମଚାରୀ ସହିତ ନର୍ଲା ଥାନା ଅଧିକାରୀ ମିଳିତ ଭାବେ ଚଢ଼ାଉ କରିଥିଲେ । ଘରେ ବେଆଇନ ଭାବେ ରଖିଥିବା ୧୨୦ଖଣ୍ଡ ଶାଳ କାଠ ଜବତ କରିବା ସହ ବୈଷ୍ଣବ ବାହୁକକୁ ଗିରଫ କରିଛି ବନ ବିଭାଗ । ଏହି ଚଢାଉରେ ନର୍ଲା ରେଞ୍ଜର ଗିରିଧାରୀ ନାଗ, ମ.ରାମପୁର ରେଞ୍ଜର ଅସିତ କୁମାର ଦାସ, ଫରେଷ୍ଟର ରମେଶ ଚନ୍ଦ୍ର ବାଗ, ଭରତ ବନ୍ଧୁ ଶବର, ଭବାନୀ ଶଙ୍କର ନାଏକ, ନବୀନ ମାଝୀ, ଫରେଷ୍ଟ ଗାର୍ଡ ବାଳକୃଷ୍ଣ ଜାଲ, ଦାମୋଦର ସାହୁ ସମେତ ଅନ୍ୟାନ୍ୟ ବନ କର୍ମଚାରୀ ସାମିଲ ଥିଲେ ।





