Thursday, April 16, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବଲାଙ୍ଗିର ସିରିଜ୍‌ ଦୁର୍ଘଟଣାରେ ନୂଆ ଟ୍ୱିଷ୍ଟ : ହତ୍ୟା ପାଇଁ ସିରିଜ ଦୁର୍ଘଟଣାର ଷଡ଼ଯନ୍ତ୍ର!

by ସଞ୍ଜୟ ସ୍ୱାଇଁ
May 21, 2022
in Crime, State
ବଲାଙ୍ଗିର ସିରିଜ୍‌ ଦୁର୍ଘଟଣାରେ ନୂଆ ଟ୍ୱିଷ୍ଟ : ହତ୍ୟା ପାଇଁ ସିରିଜ ଦୁର୍ଘଟଣାର ଷଡ଼ଯନ୍ତ୍ର!
53
VIEWS
Share on FacebookShare on Twitter

ବଲାଙ୍ଗିର, (ବାଘୁଆବାର୍ତ୍ତା): ବଲାଙ୍ଗିର ସିରିଜ୍‌ ଦୁର୍ଘଟଣାରେ ନୂଆ ଟ୍ୱିଷ୍ଟ ଆସିଛି। ସିରିଜ୍‌ ଦୁର୍ଘଟଣା ଆଳରେ ହତ୍ୟା ପାଇଁ ଯୋଜନାବଦ୍ଧ ଷଡ଼ଯନ୍ତ୍ର ହୋଇଥିବା ଅଭିଯୋଗ ହୋଇଛି। ଆଜି ପୂର୍ବାହ୍ନରେ ଘଟିଥିବା ଏହି ସିରିଜ୍‌ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି। ଆହତ ଦ୍ୱୟ ଆଣିଛନ୍ତି ହତ୍ୟା ଉଦ୍ୟମ ଅଭିଯୋଗ। ସେମାନଙ୍କ ମଧ୍ୟରୁ ଜଣେ ଅନ୍ୟ ଜଣଙ୍କ ବିରୋଧରେ ଷଡ଼ଯନ୍ତ୍ର ରଚିଥିବା କହିଛନ୍ତି। ଏପରି ଘଟଣା ସାମ୍ନାକୁ ଆସିବା ପରେ ହଇଚଇ ସୃଷ୍ଟି ହୋଇଛି। ଆଜି ଦିନ ପ୍ରାୟ ୧୨ଟା ବେଳେ ବଲାଙ୍ଗିର ଆରଟିଓ ଅଫିସ ଛକରେ ସିରିଜ ଦୁର୍ଘଟଣା ଘଟିଛି। ଗୋଟିଏ ୪୦୭ ବାଇକକୁ ଧକ୍କା ଦେବାରୁ ଏହା ଗୋଟିଏ ଇନୋଭାର ପଛପଟେ ପିଟି ହୋଇଥିଲା। ଏହି ସମୟରେ ପଛପଟୁ ଆସୁଥିବା ଗୋଟିଏ ଟ୍ରକ ୪୦୭କୁ ଧକ୍କା ଦେଇଥିଲା। ଏଥିସହ ଟ୍ରକ୍‌ଟି ରାସ୍ତାକଡ଼ରେ ଥିବା ଗୋଟିଏ ଗଛରେ ମାଡ଼ ହୋଇଥିଲା। ଏହି ସିରିଜ୍‌ ଦୁର୍ଘଟଣାରେ ବାଇକରେ ଥିବା ବରଗଡ଼ ଜିଲ୍ଲାର ଶ୍ରୀକାନ୍ତ ବାଗଙ୍କର ମୃତ୍ୟୁ ହୋଇଥିବା ବେଲେ ପ୍ୟାଲେସ ଲାଇନର ସାନୁ ନାଏକ ଓ ଚିତ୍ତ ମହାନ୍ତି ଗୁରୁତର ଭାବେ ଆହତ ହୋଇଛନ୍ତି। ପ୍ରଥମେ ଏହାକୁ ଏକ ସାଧାରଣ ସିରିଜ୍‌ ଦୁର୍ଘଟଣା ବୋଲି କୁହାଯାଉଥିଲା। କିନ୍ତୁ ଦୁର୍ଘଟଣାରେ ଆହତ ହୋଇଥିବା ସାନୁ ଜମି ବିବାଦରୁ ତାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ କରିଛନ୍ତି। ସେ ଏହି ଘଟଣାରେ ଅନ୍ୟତମ ଆହତ ଚିତ୍ତ ମହାନ୍ତିଙ୍କୁ ଏଥିପାଇଁ ଦାୟୀ କରିଛନ୍ତି। ହେଲେ ଚିତ୍ତ ମହାନ୍ତି ଏହି ଅଭିଯୋଗକୁ ଖଣ୍ଡନ କରି ପାଲଟା ତାଙ୍କୁ ହତ୍ୟା କରିବା ପାଇଁ ଷଡ଼ଯନ୍ତ୍ର ରଚନା କରାଯାଇଥିବା ଅଭିଯୋଗ କରିଛନ୍ତି। ଆହତ ସାନୁ ନାଏକ କହିଛନ୍ତି, କିଛି ଦିନ ତଳେ ଚିତ୍ତ ମହାନ୍ତି ମୋତେ ହତ୍ୟା ଧମକ ଦେଇଥିଲେ। ମୋ ଘର ଲୋକଙ୍କୁ ମଧ୍ୟ ସେ ମାରିବେ ବୋଲି କହିଥିଲେ। ଆମ ଜମିକୁ ସେମାନେ ହଡ଼ପ କରିବାକୁ ଚାହୁଁଥିଲେ। ଏଥିପାଇଁ ୧୩ ତାରିଖରେ ମୋ ବଡ଼ ଭାଇଙ୍କୁ ମଧ୍ୟ ହତ୍ୟା ଉଦ୍ୟମ କରାଯାଇଥିଲା। ସେ ଏବେ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି। ଆଜି ସକାଳେ ଆମ ଘର ଆଗରେ ଗୋଟିଏ ୪୦୭ ଛିଡ଼ା ହୋଇଥିଲା। ମୁଁ ଘରକୁ ବାହାରି ଥାନାକୁ ଯାଉଥିଲି। ଗୋଟିଏ କାମ ପାଇଁ ଥାନାର ପୂର୍ଣ୍ଣିମା ମାଡାମ ଫୋନ କରିଥିଲେ। ଏହି ସମୟରେରେ ମୋତେ ହତ୍ୟା କରିବାକୁ ଉଦ୍ୟମ କରାଯାଇଥିଲା ବୋଲି ସେ ଅଭିଯୋଗ କରିଛନ୍ତି। ସାନୁଙ୍କ ଅଭିଯୋଗ ଉପରେ ଚିତ୍ତ ମହାନ୍ତି ମଧ୍ୟ ତାଙ୍କୁ ହତ୍ୟା ପାଇଁ ଉଦ୍ୟମ କରାଯାଇଥିବା କହିଛନ୍ତି। ସେ କହିଛନ୍ତି, “ରାସ୍ତା କଡ଼ରେ ଥିବା ଗୋଟିଏ ଦୋକାନରେ ମୁଁ ଛିଡ଼ା ହୋଇଥିଲି। ଏହି ସମୟରେ ଗୋଟିଏ ଟ୍ରକ୍‌ ବାଇକକୁ ଧକ୍କା ଦେଇ ମୋ ଆଡ଼କୁ ମାଡ଼ି ଆସିଥିଲା। ଟ୍ରକ୍‌ ଧକ୍କା ଦେବାରୁ ମୁଁ କିଛି ବାଟ ଛିଟିକି ପଡ଼ିଥିଲି। ମୋତେ ହତ୍ୟା ପାଇଁ ଏପରି ଉଦ୍ୟମ କରାଯାଇଥିଲା।” କିନ୍ତୁ ସାନୁଙ୍କ ସହ ତାଙ୍କର କୌଣସି ଜମି ବିବାଦ ନଥିବା ଚିତ୍ତ ମହାନ୍ତି କହିଛନ୍ତି। ଅନ୍ୟପକ୍ଷରେ ଦୁର୍ଘଟଣା ଘଟାଇଥିବା ମିନି ଟ୍ରକର ନମ୍ବର ପ୍ଲେଟ୍ ନକଲି ବୋଲି କୁହାଯାଉଛି। ନମ୍ବର ପ୍ଲେଟରେ କଳା ରଙ୍ଗ ବୋଳା ଯାଇଛି। ତେଣୁ ଏହାକୁ ନେଇ ବି ସ୍ଥାନୀୟ ଲୋକ ସନ୍ଦେହ କରିବା ଆରମ୍ଭ କରିଛନ୍ତି। ଅଭିଯୋଗକୁ ଭିତ୍ତି କରି ପୁଲିସ୍‌ ଘଟଣାର ସବୁ ଦିଗରୁ ତଦନ୍ତ କରୁଥିବା ବଲାଙ୍ଗିର ଏସଡିପିଓ ତୋଫାନ ବାଗ କହିଛନ୍ତି। ସେ କହିଛନ୍ତି, ଗୋଟିଏ ଇନୋଭା, ଗୋଟିଏ ଟ୍ରକ, ଗୋଟିଏ ୪୦୭ ଓ ଗୋଟିଏ ବାଇକ୍‌କୁ ନେଇ ସିରିଜ ଦୁର୍ଘଟଣା ଘଟିଛି। ଦୁର୍ଘଟଣା ପରେ ରାସ୍ତା ରୋକ ହୋଇଥିଲା। ତେବେ ପୁଲିସ୍‌ ଫୋର୍ସ ନେଇ ରାସ୍ତା ଅବରୋଧକୁ ହଟାଇ ଦିଆଯାଇଛି। ଘଟଣାରେ ୩ ଜଣ ଆହତ ହୋଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବାଇକ ଆରୋହୀଙ୍କ ମୃତ୍ୟୁ ଘଟିଛି। ଏବେ ପୁଲିସ୍‌ ଘଟଣାର ତଦନ୍ତ କରୁଛି। ପ୍ରାଥମିକ ତଦନ୍ତରୁ ଏହାକୁ ଦୁର୍ଘଟଣା ବୋଲି ବିବେଚନା କରାଯାଉଛି। ତଥାପି ଆହତମାନେ ଆଣିଥିବା ହତ୍ୟା ଉଦ୍ୟମ ଅଭିଯୋଗର ମଧ୍ୟ ତଦନ୍ତ କରାଯିବ। ଗାଡ଼ି ଗୁଡ଼ିକ ଜବତ କରାଯାଇ ଏହାର ନମ୍ବର ଯାଞ୍ଚ କରାଯାଉଥିବା ସେ କହିଛନ୍ତି।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!