ଯାଜପୁର, (ବାଘୁଆବାର୍ତ୍ତା): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ଅନ୍ତର୍ଗତ ମଙ୍ଗଳପୁର ୫୩ ନମ୍ବର ଜାତୀୟ ରାଜପଥ ପାଖ ଜଙ୍ଗଲ ରାସ୍ତାକଡ଼ରୁ ଜଣେ ବ୍ୟକ୍ତିଙ୍କ କଟା ଗୋଡ଼ ଉଦ୍ଧାର କରାଯାଇଛି। ତେବେ ଏହି କଟା ଗୋଡ଼ଟି କାହାର ତାହା ସ୍ପଷ୍ଟ ହୋଇନାହିଁ। ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଏହି ଘଟଣା କୁ ନେଇ ସ୍ଥାନୀୟ ଅଞ୍ଚଳରେ ଭୟର ବାତାବରଣ ସୃଷ୍ଟି ହୋଇଛି। ଏହି କଟା ଗୋଡ଼ କେଉଁଠୁ ଆସିଲା ଓ ଏହାକୁ କିଏ ଏହି ସ୍ଥାନ ରେ ପକାଇଲା ତାହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଅଧିକ ତଦନ୍ତ ପାଇଁ ସାଇଣ୍ଟିଫିକ ଟିମ୍କୁ ଡକାଯାଇଛି। ସାଇଣ୍ଟିଫିକ୍ ଟିମ୍ ଆସି ତଦନ୍ତ କଲାପରେ ଅଧିକ ସୂଚନା ମିଳିପାରିବ ବୋଲି ସୁକିନ୍ଦା ଥାନା ଅଧିକାରୀ କହିଛନ୍ତି।






