Wednesday, April 15, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ରାସ୍ତା କଡ଼ରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ

by ସଞ୍ଜୟ ସ୍ୱାଇଁ
May 20, 2022
in Crime, State
ରାସ୍ତା କଡ଼ରୁ ମିଳିଲା ନିଖୋଜ ବ୍ୟକ୍ତିଙ୍କ ମୃତଦେହ
42
VIEWS
Share on FacebookShare on Twitter

ନବରଙ୍ଗପୁର, (ବାଘୁଆବାର୍ତ୍ତା): ନବରଙ୍ଗପୁର ସହର ସେଣ୍ଟ୍ରାଲ ସ୍କୁଲକୁ ସଂଯୋଗ କରୁଥିବା ରାସ୍ତା କଡ଼ରୁ ଜଣେ ବ୍ୟକ୍ତିଙ୍କ ସନ୍ଦେହ ଜନକ ଅବସ୍ଥାରେ ମୃତଦେହ ଠାବ ହୋଇଛି । ମୃତ ବ୍ୟକ୍ତି ଜଣକ ନବରଙ୍ଗପୁର ସହର ଅନ୍ତର୍ଗତ ଭାଟିଶାଳ ଗୁଡା ସାହିର ସାହେବ ଶେଖ ବୋଲି ଜଣାପଡ଼ିଛି । ମୃତ ବ୍ୟକ୍ତି ଙ୍କ ପରିବାର ଲୋକେ ଶବ ନିକଟରେ ପହଞ୍ଚି ଏହା ତାଙ୍କ ସମ୍ପର୍କୀୟ ବୋଲି କହିଛନ୍ତି । ତେବେ ପରିବାର ତରଫରୁ ଏହାକୁ ହତ୍ୟାକାଣ୍ଡ ବୋଲି ଅଭିଯୋଗ ହୋଇଛି । ଖବର ଅନୁଯାୟୀ, ମୃତ ସାହେବ ଶେଖ ଜଣେ ଦିନ ମଜୁରିଆ ଓ ମିସ୍ତ୍ରୀ କାମ କରୁଥିବାରୁ ସବୁ ଦିନ ଭଳି ଘରରୁ ଖାଇ ମଜୁରୀ କାମ ଲାଗି ବାହାରି ଥିଲେ । ତେବେ ରାତି ପର୍ୟ୍ୟନ୍ତ ଘରକୁ ଫେରିନଥିଲେ । ପରିବାର ତରଫରୁ ତାଙ୍କ ମୋବାଇଲ କୁ ବାରମ୍ବାର ଯୋଗାଯୋଗ କରିଲେ ମଧ୍ୟ ସେ ଫୋନ ରିସିଭ କରିନଥିଲେ । ସେ କେଉଁଠି କୁ ମଜୁରୀ କାମ ପାଇଁ ଯାଉଛନ୍ତି ତାହା ବି ପରିବାର ଲୋକ ଜାଣି ନଥିଲେ । ରାତି ସାରା ସେ ଘରକୁ ଫେରିନଥିବା ବେଳେ ଆଜି ତାଙ୍କ ମୃତ ଦେହ ସେଣ୍ଟ୍ରାଲ ସ୍କୁଲ ଯିବା ରାସ୍ତା ପାର୍ଶ୍ୱ ରେ ଠାବ ହୋଇଛି । ପରିବାର ତରଫରୁ ହତ୍ୟା ଅଭିଯୋଗ ହୋଇଛି । ତାଙ୍କ ର କାହା ସହିତ କୌଣସି ଶତ୍ରୁତା ନ ଥିବା କୁହାଯାଇଛି । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

ନୟାଗଡ଼ରେ ଜିଲ୍ଲାସ୍ତରୀୟ ଆମ୍ବେଦକର ଜୟନ୍ତୀ ପାଳିତ

April 14, 2026
ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

ଜିଲ୍ଲା ଆଇନ ସେବା ପ୍ରାଧିକରଣ: ପୋସ୍କୋ ଆକ୍ଟ ସଚେତନତା ଶିବିର

April 14, 2026
ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

ହନୁମାନ ଜୟନ୍ତୀ ଉତ୍ସବ ଓ ମହାବିଷୁବ ପଣା ସଂକ୍ରାନ୍ତି

April 14, 2026
ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

ବଂଶୀଧର ସ୍ମୃତି ପରିଷଦ:୩୩ତମ ରାଜ୍ୟସ୍ତରୀୟ ବିଷୁବ ମିଳନ ଓ କବିତା ପାଠୋତ୍ସବ

April 14, 2026
ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

ନୟାଗଡ଼ ଏଏସପି ମହାନତା:ଦୂର୍ଘଟଣା ଗ୍ରସ୍ତକାରୀଙ୍କୁ ମେଡିକାଲ୍ ନେଲେ ଏଏସପି

April 14, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!