ମୋହନା, (ବାଘୁଆବାର୍ତ୍ତା): ରାସ୍ତା କଡ଼ରୁ ଯୁବକଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର। ଗଜପତି ଜିଲ୍ଲା ଆର୍. ଉଦୟଗିରି ଥାନା ଶିଅ।ଳୀଲଟି ପଞ୍ଚାୟତ କଇଠଢେପ ଗାଁ ନିକଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଯୁବକଙ୍କୁ କେହି ହତ୍ୟା କରିବା ପରେ ସେଠାରେ ଫିଙ୍ଗି ଦେଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଆର. ଉଦୟଗିରି ଥାନା ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ତଦନ୍ତ ଆରମ୍ଭ କରିଛି। ସୂଚନାନୁଯାୟୀ, ମାଛଘର ଗାଁର କ।ବୁଲା ବଳିଆରସିଂ ବୁଧବାର ତାଙ୍କ ଭାଇ ସହ ଗୋଟିଏ ବାଇକ୍ ଯୋଗେ କୌଣସି କାମରେ କଇଠଢେପ ଗାଁକୁ ଯାଇଥିଲେ। ସେଠାରେ ଆଉ କିଛି ଲୋକଙ୍କ ସହ ମଦ ପିଇଥିଲେ। ଗତକାଲି ଅପରାହ୍ନ ସମୟରେ କ।ବଲା ସେହି ଗାଁରେ ରହିଯାଇଥିବା ବେଳେ ସାନ ଭାଇ ଅନ୍ୟ ଏକ ଗାଁକୁ ଯାଇଥିଲେ । ତେବେ ସନ୍ଧ୍ୟା ସମୟରେ କାବଲାର ମୃତ ଦେହ ଗାଁ ନିକଟସ୍ଥ ରାସ୍ତାରେ ପଡ଼ିଥିବା ନେଇ ଜଣେ ଯୁବକ କାବଲାଙ୍କ ପରିବାରକୁ ଖବର ଦେଇଥିଲେ। ଗାଁ ନିକଟସ୍ଥ ରାସ୍ତା କଡ଼ରୁ କାବଲାଙ୍କ କ୍ଷତବିକ୍ଷତ ମୃତଦେହ ଉଦ୍ଧାର ହୋଇଛି। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ପୋଡ଼ା ଚିହ୍ନ ରହିଛି। ଖବର ପାଇ ଗଜପତି ଏସପି ଜୟରାମ ଶତପଥୀ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରିଛନ୍ତି। ଆର. ଉଦୟଗିରି ଥାନା ପୋଲିସ ଘଟଣାର ତଦନ୍ତ କରିବା ସହ ମୃତ କାବଲାଙ୍କ ଭାଇ ଓ ଅନୟ ଜଣେ ଯୁବକଙ୍କୁ ଅଟକ ରଖି ପଚରାଉଚୁରା କରୁଛି।






