ବାଲିପାଟଣା, (ବାଘୁଆବାର୍ତ୍ତା): ଜୁଆ ଆଡ୍ଡା ଉପରେ ଚଢାଉ । ୮ ଜଣ ଜୁଆଡ୍ଡିଙ୍କୁ ଗିରଫ ସହ ଖେଳରେ ବ୍ୟବହୃତ ଲକ୍ଷାଧିକ ଟଙ୍କା ଓ ବାଇକ୍କୁ ଜବତ କରିଛି ପୋଲିସ । କିଛି ଜୁଆଡ୍ଡି ଫେରାର ହୋଇଯାଇଥିବା ସୂଚନା ମିଳିଛି । ଖବର ଅନୁଯାୟୀ, ବାଲିଅନ୍ତା ଟେଲକପଡ଼ା ନିକଟରେ ଦୀର୍ଘ ଦିନ ଧରି ଚାଲିଥିଲା ଜୁଆ ଆଡ୍ଡା । ଏନେଇ ରବିବାର ବିଳମ୍ବିତ ରାତିରେ ଖବର ପାଇ ଚଢାଉ କରିଥିଲା ପୋଲିସ । ବାଲିଅନ୍ତା ଥାନା ଆଇଆଇସିଙ୍କ ନେତୃତ୍ୱରେ ଏକ ଟିମ୍ ଟୋଲକପଡ଼ାରେ ଚଢାଉ କରିଥିଲା । ଏହି ଚଢାଉ ବେଳେ ୮ଜଣଙ୍କୁ ଗିରଫ କରିଥିଲା ପୋଲିସ । ତେବେ ଘଟଣାସ୍ଥଳରୁ ଆଉ କିଛି ଜୁଆଡ୍ଡି ଚମ୍ପଟ ମାରିଥିଲେ । ଘଟଣାସ୍ଥଳରୁ ୭ଟି ମୋବାଇଲ୍ ସହ ବାଇକ ଓ ଲକ୍ଷାଧିକ ଟଙ୍କା ଜବତ କରିଛି ପୋଲିସ ।






