Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଯୋଡ଼ା ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା, ଦୁଇ ନାବାଳକ ଅଟକ

by ସଞ୍ଜୟ ସ୍ୱାଇଁ
May 16, 2022
in Crime, State
ଯୋଡ଼ା ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା, ଦୁଇ ନାବାଳକ ଅଟକ
19
VIEWS
Share on FacebookShare on Twitter

ବଡ଼ବିଲ, (ବାଘୁଆବାର୍ତ୍ତା): ଯୋଡ଼ା ଶାସ୍ତ୍ରୀ ନଗର ଅଞ୍ଚଳରେ ଜଣଙ୍କୁ ପିଟିପିଟି ହତ୍ୟା । ମୃତକଙ୍କ ନାମ ସିକନ୍ଦର ମହାକୁଡ଼ । ଘଟଣାରେ ଯୋଡ଼ା ପୋଲିସ ୩ ଜଣ ନାବାଳକଙ୍କୁ ଅଟକ ରଖି ପଚରାଉଚୁରା ଜାରି ରଖିଛି । ଖବର ଅନୁଯାୟୀ, ସିକନ୍ଦର ମହାକୁଡ଼ ବସ୍ତିର ଜଣେ ବିଧବା ମହିଳାଙ୍କୁ ଟଣା ଓଟରା କରୁଥିବା ସମୟରେ, ମହିଳାଙ୍କ ଦୁଇ ନାବାଳକ ପୁଅ ଏହା ଦେଖିଥିଲେ । ସେମାନେ ଉତ୍ୟକ୍ତ ହୋଇ ସିକନ୍ଦରକୁ ଏକ କାଠ ଖୁଣ୍ଟରେ ବାନ୍ଧି ଠେଙ୍ଗା ଓ ପାଇପରେ ନିସ୍ତୁକ ମାଡ଼ ମାରିଥିଲେ । ପରେ ସ୍ଥାନୀୟ ଲୋକଙ୍କ ସହାୟତାରେ ପୋଲିସ, ସିକନ୍ଦରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଟାଟା ଷ୍ଟିଲ ମେଡିକାଲକୁ ନେଇଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏନେଇ ଯୋଡ଼ା ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଚଳାଇଛି । ସେପଟେ ପଚରାଉଚରା ପରେ ଜଣେ ନାବାଳକକୁ ପୋଲିସ ଛାଡି ଦେଇଥିବା ବେଳେ, ବିଧବା ମହିଳାଙ୍କ ଦୁଇ ନାବାଳକ ପୁଅଙ୍କୁ ଅଟକ ରଖିଛି ପୋଲିସ। ନାବାଳକ ୨ଜଣଙ୍କୁ ପୋଲିସ ନିକଟରେ ଦୋଷ ସ୍ୱୀକାର କରିଥିବା କୁହାଯାଉଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!