Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ମାଙ୍ଗାନିଜ୍ ବୋଝେଇ ଟ୍ରକ୍ ଜବତ, ୭ ଗିରଫ

by ସଞ୍ଜୟ ସ୍ୱାଇଁ
May 16, 2022
in Crime, State
ମାଙ୍ଗାନିଜ୍ ବୋଝେଇ ଟ୍ରକ୍ ଜବତ, ୭ ଗିରଫ
25
VIEWS
Share on FacebookShare on Twitter

ବଡ଼ବିଲ, (ବାଘୁଆବାର୍ତ୍ତା): ଛତିଶଗଡ଼କୁ ମାଙ୍ଗାନିଜ ଚୋରା ଚାଲାଣ ବେଳେ ମାଡ଼ିବସିଲା ପୋଲିସ। ବଡ଼ବିଲ ଟଣ୍ଟୋ ନିକଟରୁ ଏକ ମାଙ୍ଗାନିଜ ବୋଝେଇ ୧୪ ଚକିଆ ଟ୍ରକ୍ ଜବତ କରିବା ସହ ୭ଜଣଙ୍କୁ ଗିରଫ କରିଛି ପୋଲିସ। ଏଥିସହ ଗୋଟିଏ ବାଇକ୍, ୮ଟି ମୋବାଇଲ ଓ ନଗଦ ୫୫ ହଜାର ଟଙ୍କା ଜବତ କରାଯାଇଛି। ସୂଚନାନୁଯାୟୀ, ସୁନ୍ଦରଗଡ଼ ଜିଲ୍ଲା କୋଇଡ଼ା ଖଣି ମଣ୍ଡଳ ମାଲଦା ସଂରକ୍ଷିତ ଜଙ୍ଗଲ ମଧ୍ୟରୁ ମାଙ୍ଗାନିଜ୍ ଖୋଳାଯାଇ ଟ୍ରକ୍ ଯୋଗେ ଚୋରା ଚାଲାଣ ହେଉଥିବା ନେଇ ପୋଲିସକୁ ବିଶେଷ ସୂତ୍ରରୁ ଖବର ପାଇ ଚଢାଉ କରିଥିଲା। ଚଢାଉ ବେଳେ ବଡ଼ବିଲ ଟଣ୍ଟୋ ନିକଟରୁ ଏକ ୨୦ ମେଟ୍ରିକ୍ ଟନ୍‌ ମାଙ୍ଗାନିଜ ବୋଝେଇ ୧୪ ଚକିଆ ଟ୍ରକ୍ ଜବତ ହୋଇଛି। ଏହା ସହ ୭ଜଣଙ୍କୁ ଗିରଫ କରିଛି ପୋଲିସ। ଜବତ ହୋଇଥିବା ମାଙ୍ଗାନିଜ୍‌ର ବଜାର ମୂଲ୍ୟ ୫ ଲକ୍ଷ ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଗିରଫ ମାନଙ୍କ ମଧ୍ୟରେ ଗାଡ଼ି ଚାଳକ, ଦୁଇଜଣ ଦଲାଲ, ଦୁଇଜଣ ସ୍ଥାନୀୟ ବ୍ୟକ୍ତି ଓ ମାଙ୍ଗାନିଜ କିଣିବାକୁ ଆସିଥିବା ଦୁଇଜଣ ଚୋରା ବ୍ୟାପାରୀଙ୍କୁ ଗିରଫ କରାଯାଇଥିବା ପୋଲିସ କହିଛି । ସେହିପରି ଏହି ଘଟଣାରେ ସମ୍ପୃକ୍ତ ଅନ୍ୟ ଦୁଇଜଣ ଫେରାର ଥିବାବେଳେ ସେମାନଙ୍କୁ ଖୁବଶୀଘ୍ର ଗିରଫ କରାଯିବ ବୋଲି ବଡ଼ବିଲ ଥାନା ଅଧିକାରୀ ସୂଚନା ଦେଇଛନ୍ତି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!