Sunday, May 31, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ବେଆଇନ ଲୋନ୍ ଆପ୍‌ରେ ସାଢ଼େ ୬ କୋଟି ଠକେଇ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୂ

by ସଞ୍ଜୟ ସ୍ୱାଇଁ
May 15, 2022
in Crime, State
ବେଆଇନ ଲୋନ୍ ଆପ୍‌ରେ ସାଢ଼େ ୬ କୋଟି ଠକେଇ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୂ
129
VIEWS
Share on FacebookShare on Twitter

ଭୁବନେଶ୍ୱର, (ବାଘୁଆବାର୍ତ୍ତା): ବେଆଇନ ଲୋନ୍ ଆପ୍‌ରେ ସାଢ଼େ ୬ କୋଟି ଠକେଇ ମାମଲାରେ ଆଉ ଜଣଙ୍କୁ ଗିରଫ କରିଛି ଇଓଡବ୍ଲ୍ୟୂ। ଭୁବନେଶ୍ୱରରୁ ଗିରଫ ହୋଇଥିବା ଅଭିଯୁକ୍ତ ଜଣଙ୍କ ହେଲେ ତରୁନ ଦୁଦେଜା। ତାଙ୍କ ଠାରୁ ୪୧ଟି ସିମ୍ କାର୍ଡ ଜବତ କରାଯାଇଛି। ତରୁନଙ୍କ ଘର ଗୁରୁଗ୍ରାମର ସେକ୍ଟର ୪୮ରେ। ତାଙ୍କୁ ଆଜି ଭୁବନେଶ୍ୱର ଏସଡିଜେମ କୋର୍ଟରେ ହାଜର କରାଯିବ। ଏହାପରେ ଇଓଡବ୍ଲ୍ୟୁ ତାଙ୍କୁ ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ ମଧ୍ୟ କରିପାରେ। ଏହାପୂର୍ବରୁ ଏହି ଲୋନ ଆପ୍‌ ଠକେଇ ମାମଲାରେ ଇଓଡବ୍ଲ୍ୟୁ IWT ନାମକ ଗୋଟିଏ ଶେଲ କମ୍ପାନୀର ନିର୍ଦ୍ଦେଶକଙ୍କୁ ଗିରଫ କରିଥିଲା। ଆଜି ଗିରଫ ହୋଇଥିବା ତରୁନ ଦୁଦେଜା DIGITAL BATUA, IPAISA ONLINE SERVICES PRIVATE LIMITED, SWITZ INFOTECH PRIVATE LIMITED, BAZARPE INFOTECH PRIVATE LIMITED, Milanum enterprise ଓ BACCHAT ONLINE ଭଳି ସନ୍ଦେହଜନକ ଶେଲ କମ୍ପାନୀର ନିର୍ଦ୍ଦେଶକ ଭାବେ କାର୍ଯ୍ୟ କରୁଥିଲେ। ତାଙ୍କ ଠାରୁ ବିଭିନ୍ନ ଲୋକଙ୍କ ନାଁରେ ପଞ୍ଜୀକରଣ ହୋଇଥିବା ୪୧ଟି ସିମ୍‌ କାର୍ଡ ଜବତ କରାଯାଇଛି। ସେ ଓ ଜାଭେଦ ସହିଫ ନାମକ ଆଉ ଜଣେ ବ୍ୟକ୍ତି କମ୍ପାନୀର କର୍ମଚାରୀ, କିଛି ସାଧାରଣ ଲୋକ ଓ ଗରିବ ଲୋକଙ୍କୁ ପ୍ରଲୋଭିତ କରି ବ୍ୟାଙ୍କ ଆକାଉଣ୍ଟ ଖୋଲୁଥିଲେ। ଏଥିସହ ସେମାନଙ୍କ ନାଁରେ ସିମ କାର୍ଡ ମଧ୍ୟ ପଞ୍ଜୀକରଣ କରାଉଥିଲେ। ବେଆଇନ ଲୋନ ଆପରୁ ଟଙ୍କାକୁ ସଂଗ୍ରହ କରିବା ପାଇଁ ଏହି ସବୁ ଆକାଉଣ୍ଟକୁ ବ୍ୟବହାର କରାଯାଉଥିଲା। ଏହି ଆକାଉଣ୍ଟଗୁଡ଼ିକ ସହ ଯୋଡ଼ି ହୋଇଥିବା ମୋବାଇଲ ନଂ ବା ସିମ କାର୍ଡଗୁଡ଼ିକୁ ପ୍ରକୃତରେ ଠକମାନେ ହିଁ ପରିଚାଳନା କରୁଥିଲେ। ଆକାଉଣ୍ଟ ଜଣଙ୍କ ନାଁରେ ଥିବା ବେଳେ ଠକମାନେ ମୋବାଇଲ ନମ୍ବର ଜରିଆରେ ଓଟିପି ଓ ବ୍ୟାଙ୍କରୁ ଆସୁଥିବା କଲ୍‌କୁ ପରିଚାଳନା କରୁଥିଲେ। ତଦନ୍ତକାରୀ ସଂସ୍ଥାକୁ ବାଟବଣା କରିବା ପାଇଁ ସେମାନେ ଏପରି ନୀତି ଅବଲମ୍ବନ କରୁଥିବା ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି। ମାଷ୍ଟରମାଇଣ୍ଡର ଆକାଉଣ୍ଟକୁ ଟଙ୍କା ଆସିବା ଯାଏ ସେମାନେ ତଦନ୍ତକାରୀ ସଂସ୍ଥାକୁ ମାତ ଦେବା ପାଇଁ ପ୍ରାୟ ୩ରୁ ୪ଟି ଶୈଳୀ ଅବଲମ୍ବନ କରୁଥିଲେ। ବ୍ୟାଙ୍କ ଆକାଉଣ୍ଟ ଖୋଲିବାକୁ ଅନୁମତି ଦେଉଥିବା ଲୋକଙ୍କୁ ସେମାନେ ଲକ୍ଷେରୁ ୨ ଲକ୍ଷ ଟଙ୍କା ଦେଉଥିବା ମଧ୍ୟ କାଗଜପତ୍ରରେ ଦେଖାଇଥାଆନ୍ତି। ଏହାଦ୍ୱାରା ସେମାନେ ବାସ୍ତବରେ ଲକ୍ଷାଧିକ ଟଙ୍କା ଆଉ ଜଣଙ୍କ ନାଁରେ ଚଳୁ କରନ୍ତି ବୋଲି ଇଓଡବ୍ଲ୍ୟୁ ଜାଣିବାକୁ ପାଇଛି।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!