ଚାନ୍ଦବାଲି, (ବାଘୁଆବାର୍ତ୍ତା): ଭଦ୍ରକ ଜିଲ୍ଲା ଚାନ୍ଦବାଲି ବ୍ଲକ ଯଶିପୁର ପଞ୍ଚାୟତରେ ସହ ପୋଷ୍ଟ ମାଷ୍ଟରଙ୍କ ସନ୍ଦେହଜନକ ମୃତ୍ୟୁ। ମୃତକ ହେଉଛନ୍ତି ପିରାହାଟ ଥାନା ଅଧିନ ଦୌଲତପୁର ଗାଁର ଅର୍ଚ୍ଚନା ପାଣିଗ୍ରାହୀ। ସେ ସେ ଯଶିପୁର ଡ଼ାକ କାର୍ୟ୍ୟାଳୟରେ ସହ ପୋଷ୍ଟମାଷ୍ଟର ଭାବେ କାର୍ୟ୍ୟ କରୁଥିଲେ। ଅର୍ଚ୍ଚନା ପାଣିଗ୍ରାହୀ ପୋଷ୍ଟ କାର୍ୟ୍ୟାଳୟ ନିକଟରେ ଏକ ଭଡ଼ାଘରେ ରହୁଥିଲେ। ଆଜି ଭଡାଘରୁ ତାଙ୍କର ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଛି। ମୃତକଙ୍କ ପରିବାର ଲୋକେ ହତ୍ୟା ଅଭିଯୋଗ ଆଣିଛନ୍ତି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଜବତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଛି। କେଉଁ ପରିସ୍ଥିତିରେ ଅର୍ଚ୍ଚନାଙ୍କ ମୃତ୍ୟୁ ହୋଇଛି ସେନେଇ ପୋଲିସ ଅଧିକ ତଦନ୍ତ କରୁଛି।






