Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ଗ୍ରାହକଙ୍କ ଅଜାଣତରେ ଆକାଉଣ୍ଟ ଖୋଲି ଟଙ୍କା ହଡ଼ପ ଅଭିଯୋଗ

by ସଞ୍ଜୟ ସ୍ୱାଇଁ
May 15, 2022
in Crime, State
ଗ୍ରାହକଙ୍କ ଅଜାଣତରେ ଆକାଉଣ୍ଟ ଖୋଲି ଟଙ୍କା ହଡ଼ପ ଅଭିଯୋଗ
71
VIEWS
Share on FacebookShare on Twitter

କାଲିମେଳା, (ବାଘୁଆବାର୍ତ୍ତା): ଗ୍ରାହକଙ୍କ ଅଜାଣତରେ ବ୍ୟାଙ୍କ ଏକାଉଣ୍ଟ ଖୋଲାଯାଇ ସେଥିରୁ ଟଙ୍କା ହଡପ କରାଯାଇଥିବା ଅଭିଯୋଗ ହୋଇଛି । ମାଲକାନଗିରି ଜିଲ୍ଲା କାଲିମେଳା ବ୍ଳକ ଅନ୍ତର୍ଗତ ଗୋମ୍ଫାକୋଣ୍ଡା ପଞ୍ଚାୟତର ଏମ.ଭି-୬୬ ଗାଁରେ ଦେଖିବାକୁ ମିଳିଛି ଏପରି ଏକ ଅଭାବନୀୟ ଘଟଣା । ଏମ.ଭି-୬୬ ଗ୍ରାମର ଜଣେ ବିଧବା ମହିଳା କାନନ ରାୟଙ୍କ ନାମରେ ଗୁପ୍ତ ଭାବେ ଏମ.ଭି-୭୯ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଗୋଟିଏ ଏକାଉଣ୍ଟ ଖୋଲାଯାଇ ସେଥିରୁ ଏ.ଟି.ଏମ ବାହାର କରି ଆଧାର ଲିଙ୍କ ମଧ୍ୟ କରିଛନ୍ତି ଏମ.ଭି-୭୨ ଗ୍ରାମର ଗ୍ରାହକ ସେବା କେନ୍ଦ୍ରର ମାଲିକ ଆଶିଷ ବିଶ୍ବାସ । ଏହାପରେ କାନନ ରାୟଙ୍କ ଏକାଣ୍ଟରୁ ସମସ୍ତ ଟଙ୍କା ଆଶିଷ ନିଜ ଏକାଉଣ୍ଟକୁ ଟ୍ରାନସଫର କରିଥିବା ନେଇ ସଙ୍ଗୀନ ଅଭିଯୋଗ ହୋଇଛି । ସୂଚନା ଅନୁଯାୟୀ ୨୦୨୦ ମସିହାରେ କାନନ ରାୟଙ୍କ ସ୍ବାମୀ ପ୍ରାଣ ହରାଇଥିବା ବେଳେ ମାତୃ ମଙ୍ଗଳ ଯୋଜନା ଓ ନ୍ୟାସନାଲ ଫେମିଲି ବେନିଫିଟ ସ୍କିମ ଅନୁଯାଇ ବିଧବା ମହିଳାଙ୍କୁ ସରକାରଙ୍କ ତରଫରୁ ୨୦ ହଜାର ଟଙ୍କା ମିଳିଥିବା ନେଇ ପଞ୍ଚାୟତ ଅଧିକାରୀ ସୂଚନା ଦେଇଥିଲେ । ଏହା ସହ କାଳିଆ ଯୋଜନାରେ ରାଜ୍ୟ ସରକାରଙ୍କ ତରଫରୁ ମଧ୍ୟ ଆଉ ପାଞ୍ଚ ହଜାର ଟାଙ୍କା ପାଇଥିଲେ ଏହି ମହିଳା । ହେଲେ ବ୍ୟାଙ୍କ ଗଲା ବେଳକୁ ତାଙ୍କ ଏକାଉଣ୍ଟ କିନ୍ତୁ ଖାଲି ପଡିଥିବା ଜଣାପଡିଛି । ଗ୍ରାମର ଅନ୍ୟ ଜଣେ ମହିଳା ଅଞ୍ଜଳୀ ହାଲଦାରଙ୍କ ଖାତାରୁ ମଧ୍ୟ ଏପରି ଭାବେ ୨୯ ହଜାର ଟଙ୍କା ହଡପ ହୋଇଥିବା ଅଭିଯୋଗ ହୋଇଛି । ଏ ନେଇ ଗ୍ରାହକ ସେବା କେନ୍ଦ୍ରର ମାଲିକ ଆଶିଷ ବିଶ୍ବାସ ମୁହଁ ଖୋଲୁନଥିବା ବେଳେ ପୋଲିସ ଘଟଣାର ତଦନ୍ତ କରୁଛି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!