Monday, June 1, 2026
ବାଘୁଆବାର୍ତ୍ତା
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
 
WhatsApp chat
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
No Result
View All Result
ବାଘୁଆବାର୍ତ୍ତା

ସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ନେଇ ଥାନାରେ ଏତଲା

by ସଞ୍ଜୟ ସ୍ୱାଇଁ
May 15, 2022
in Crime, State
ସରପଞ୍ଚଙ୍କୁ ଜିଆରଏସଙ୍କ ମାଡ଼ ମାରିବା ନେଇ ଥାନାରେ ଏତଲା
89
VIEWS
Share on FacebookShare on Twitter

ଭଦ୍ରକ, (ବାଘୁଆବାର୍ତ୍ତା): ନବ ନିର୍ବାଚିତ ସରପଞ୍ଚଙ୍କୁ ସହଯୋଗ ନକରିବା ସହ ଦୁର୍ନୀତିରେ ସମ୍ପୃକ୍ତି ଥିବାରୁ ଜିଆରଏସଙ୍କୁ ବଦଳି ପାଇଁ ଚିଠି ଲେଖିଥିଲେ ସରପଞ୍ଚ । ଏହି ଘଟଣାକୁ ନେଇ ଆକ୍ରୋଶ କରି ପଞ୍ଚାୟତର ଜିଆରଏସ ଜଣକ ସରପଞ୍ଚଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଥାନାରେ ଏତଲା ଦିଆଯାଇଛି । ସୂଚନାଯୋଗ୍ୟ ଯେ ଭଦ୍ରକ ଗ୍ରାମାଞ୍ଚଳ ଅଧିନସ୍ଥ ବାଣୀତିଆ ପଞ୍ଚାୟତର ସରପଞ୍ଚ ଦାମୋଦର ମହଲାଙ୍କୁ ଜିଆରଏସ ଭାଗିରଥି ପ୍ରଧାନ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଅଭିଯୋଗ ହୋଇଛି । ବାଣୀତିଆ ପଞ୍ଚାୟତରେ ହେଉଥିବା ନିର୍ମାଣ କାର୍ୟ୍ୟ ନିମ୍ନ ମାନର ହୋଇଥିବା ନେଇ ବିବାଦ ଆରମ୍ଭ ହୋଇଥିଲା। ସାମାଜିକ ଗଣମାଧ୍ୟମରେ ମଧ୍ୟ ଏହି ନିର୍ମାଣ କାମ ନିମ୍ନମାନର ନେଇ ପୋଷ୍ଟିଂ ହେବା ପରେ ବିଵାଦ ତେଜିଥିଲି ବୋଲି ସୂଚନା ମିଳିଛି । ପରେ ଏହି ବିବାଦ ଥାନା ପର୍ୟ୍ୟନ୍ତ ଯାଇଥିଲା । ତେବେ ଘଟଣାରେ ବୁଝା ସୁଝାକୁ ନେଇ ଥାନାକୁ ଆସୁଥିବା ବେଳେ ସରପଞ୍ଚ ଦାମୋଦର ମହଲାଙ୍କୁ ମଝି ବାଟରେ ଜିଆରଏସ ମରଣାନ୍ତକ ଆକ୍ରମଣ କରିଥିବା ନେଇ ଗ୍ରାମାଞ୍ଚଳ ଥାନାରେ ଏତଲା ଦେଇଛନ୍ତି ଖୋଦ ସରପଞ୍ଚ । ତେବେ ଜିଆରଏସ ପଞ୍ଚାୟତର ବିଭିନ୍ନ ଦୁର୍ନୀତିରେ ଲିପ୍ତ ଥିବାରୁ ତାଙ୍କ ବଦଳି ପାଇଁ ସରପଞ୍ଚ ସୁପାରିଶ କରିଥିବାରୁ ତାଙ୍କୁ ଆକ୍ରମଣ ହୋଇଥିବା କହିଛନ୍ତି ସରପଞ୍ଚ । ଅଭିଯୋଗ ପରେ ଘଟଣାର ତଦନ୍ତ ଆରମ୍ଭ କରିଛି ଗ୍ରାମାଞ୍ଚଳ ପୋଲିସ। ଅନ୍ୟପଟେ ଗ୍ରାମବାସୀମାନେ ଏହି ଘଟଣାର ଶୀଘ୍ର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି ।

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

ରାଜ୍ୟ ନିମ୍ନ ମାଧ୍ୟମିକ ଶିକ୍ଷକସଂଘର ରାଜ୍ୟସ୍ତରୀୟ ସମ୍ମିଳନୀ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ବୈଠକ

May 27, 2026
ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

ବରିଷ୍ଠ ସାମ୍ବାଦିକ ରାମକୃଷ୍ଣ ରଥଙ୍କ ପିତୃବିୟୋଗ

May 27, 2026
ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

ପ୍ରକାଶ ପାଇଲା ଓଡ଼ିଶା ସିଭିଲ୍ ସର୍ଭିସେସ ପରୀକ୍ଷା ଫଳ

May 27, 2026
ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

ବିଜେଡି ପକ୍ଷରୁ ଟିପିସିଓଡିଏଲ୍ କାର୍ଯ୍ୟାଳୟ ଘେରାଉ:ବିଞ୍ଚଣା ହଲାଇ ଜୋରଦାର ପ୍ରତିବାଦ

May 25, 2026
ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

ବିଜେଡି ପକ୍ଷରୁ ମହିଳା ଅଧିକାର ଅଭିଯାନ:ମା’ର ସମ୍ମାନ ମାଟିରୁ ଆକାଶ ଯାଏଁ ଉଚ୍ଚା;ଅରୁଣ

May 24, 2026

© 2025 Baghuabarta. Designed & Developed by WebHunk International

No Result
View All Result
  • ରାଜ୍ୟ
  • ନୟାଗଡ
  • ଜାତୀୟ
  • ରାଜନୀତି
  • ଯୋଜନା ଓ ବିକାଶ
  • ଶିକ୍ଷା
  • ବାଣିଜ୍ୟ
  • କ୍ରୀଡ଼ା
  • ଅପରାଧ
  • ମନୋରଂଜନ
  • ଭିଡିଓ
WhatsApp chat
error: Content is protected !!