ଉଦଳା, (ବାଘୁଆବାର୍ତ୍ତା): ଚୋର ହେବ ତ ଏମିତି । ଚୋରି କରିବା ପାଇଁ ପୁରା ପ୍ରସ୍ତୁତ । ଚୋରି କରିବେ କିପରି ଆଉ ନବେ କିପରି, ସେ ସବୁର ବ୍ୟବସ୍ଥା କରି ଆସିଥିଲେ । ହଲେ ଚୋରି ରହିଗଲା ଅଧାରେ । କାରଣ ପୋଲିସ୍ ଅଚାନକ ଘଟଣାସ୍ଥଳରେ ପହଂଚିଯିବା ପରେ ୩ ଜଣ ଲୁଟେରା ଧରା ପଡିଥିବା ବଳେ ଖସିଗଲେ ୩ ରୁ ଅଧିକ ଲୁଟେରା । ଏଭଳି ଘଟଣା ଘଟିଛି ଉଦଳା ଥାନା ମଉଦା ଅଂଚଳରେ । ଗତକାଲି ରାତିରେ ମଉଦା ଅଂଚଳରେ କିଛି ଲୁଟେରା ବିଦୁୟତ୍ ଖୁଂଟ ଚୋରି କରୁଥିଲେ । ବିଲ ଭିତରେ ବିଦ୍ୟୁତ୍ ଖୁଂଟ ରହିଥିବା ବଳେ ତାହାକୁ ଗ୍ୟାସ୍ କଟରରେ କାଟି ଲୁଟ କରୁଥିଲେ ଲୁଟେରା । ଗ୍ୟାସ୍ କଟରରେ କିଛି ବିଦୁୟତ୍ ଖୁଂଟ କାଟି ତାହାକୁ ଏକ ଟାଟା ଏସିଇ ଗାଡିରେ ଲୋଡ କରି ସାରିଥିଲେ । ହଲେ ପୋଲିସ୍ ପହଂଚିବା ପରେ ଘଟଣାସ୍ଥଳରୁ ୩ ରୁ ଅଧତ୍କ ଲୁଟେରା ଖସି ଚାଲି ଯାଇଥିଲା ବଳେ ପୋଲିସ୍ ହାବୁଡରେ କେବଳ ତିନି ଜଣ ଲୁଟେରା ହିଁ ପଡିଥିଲେ । ପୋଲିସ୍ ତିନି ଜଣ ଲୁଟେରାଙ୍କୁ ଗିରଫ କରିବା ସହିତ ଲୁଟରେ ବ୍ୟବହୃତ ହୋଇଥିବା ଗ୍ୟାସ୍ ଟାଙ୍କି, କଟର ମେସିନ୍ ସମେତ କଟା ଯାଇଥିବା ବିଦ୍ୟୁତ୍ ଖୁଂଟ ସହିତ ଟାଟା ଏସିଇ ଗାଡିକୁ ଜବତ କରିଛି ପୋଲିସ୍ । ଏହା ସହିତ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ୍ । ଗିରଫ ତିନି ଜଣ ଅଭିଯୁକ୍ତ ବାଲେଶ୍ବର ଜିଲ୍ଲା ରେମୁଣା ଅଂଚଳର ବିଜୟ କୁମାର ମଲ୍ଲିକ, ରତିକା ପୃଷ୍ଟି, କାର୍ତିକ ଚନ୍ଦ୍ର ବହେରା ବୋଲି ଜଣାଯାଇଛି । ପୋଲିସ୍ ଗିରଫ ଅଭିଯୁକ୍ତଙ୍କୁ ଥାନାରେ ପଚରାଉଚରା କରୁଥିବା ବଳେ ପୁରା ଗ୍ୟାଙ୍ଗର ଖିଅ ଖୋଜୁଛି ପୋଲିସ୍ ।






